Bear : ଚିକିତ୍ସାଧିନ ଅବସ୍ଥାରେ ଉଦ୍ଧାର ଭାଲୁର ମୃତ୍ୟୁ

Jun 18, 2026 - 15:06
Bear : ଚିକିତ୍ସାଧିନ ଅବସ୍ଥାରେ ଉଦ୍ଧାର ଭାଲୁର ମୃତ୍ୟୁ

"ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବନାଞ୍ଚଳରୁ ଜଙ୍ଗଲରୁ ସହର ମୁହାଁ ହୋଇଥିବା ଭାଲୁକୁ ବନ ବିଭାଗ କାବୁ କରିଥିଲା।

ଡଟିଗୁଡ଼ା ଗ୍ରାମର ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଭାଲୁଟି ରାସ୍ତା ଜାମ୍ କରିଥିଲା।

ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏଥିସହ ଶତାଧିକ ଗ୍ରାମବାସୀମାନେ ମଧ୍ୟ ଭାଲୁ ଦେଖିବାକୁ ରୁଣ୍ଡ ହୋଇଥିଲେ ।

ବନ ବିଭାଗର କର୍ମଚାରୀ ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ଭାଲୁକୁ କାବୁ କରିଥିଲେ।

ଗତକାଲି ଭାଲୁର ଚିକିତ୍ସା କରାଯାଉଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ତେବେ ଭାଲୁ ଅସୁସ୍ଥ ଥିବା ଜଣାପଡ଼ିଥିଲା।

ଆଜି ଭାଲୁର ଶବ ବ୍ୟବଚ୍ଛେଦ କରାଯାଉଥିବା ଜଣାପଡ଼ିଛି।

ବନ ବିଭାଗର ସୂଚନା ଅନୁଯାୟୀ ଶବ ବ୍ୟବଛେଦ ପରେ ହିଁ ଭାଲୁର ମୃତ୍ୟୁର କାରଣ ଜଣାପଡ଼ିବ ।Advertisment "