BDA plot: ଦୂର ହେଲା ବିଡିଏ ପ୍ଲଟ୍‌ ରେକର୍ଡ ଅସଙ୍ଗତି: ୩୫ ବର୍ଷର ପ୍ରତୀକ୍ଷାର ଅନ୍ତ

Sep 11, 2026 - 04:08
BDA plot: ଦୂର ହେଲା ବିଡିଏ ପ୍ଲଟ୍‌ ରେକର୍ଡ ଅସଙ୍ଗତି: ୩୫ ବର୍ଷର ପ୍ରତୀକ୍ଷାର ଅନ୍ତ

"ଭୁବନେଶ୍ୱର/କଟକ: ବିଡିଏ ଅଧୀନ ଘାଟିକିଆ ମୌଜାର କେ-୭ ଅଞ୍ଚଳର ବନ୍ଦୋବସ୍ତ ରେକର୍ଡରେ ଥିବା ଅସଙ୍ଗତି ଦୂର ହୋଇଛି।

୩୫ ବର୍ଷର ଅପେକ୍ଷା ପରେ ୨୧୮ଜଣ ଜମି କ୍ରେତାଙ୍କୁ ନ୍ୟାୟ ମିଳିଛି।

ସେମାନେ ପାଇଥିବା ଜମିର ପ୍ଲଟ୍‌ ଓ ଆକାରରେ ଅମେଳକ ଥିଲା।

ଏ ବାବଦରେ ରାଜସ୍ବ ପର୍ଷଦଙ୍କ କୋର୍ଟରେ ୨୧୮ଟି ମାମଲା ରୁଜୁ ହୋଇଥିଲା।

ରାଜସ୍ବ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଆଜି ସମସ୍ତ ମାମଲାର ଫଇସଲା କରିବା ସହ ୨ମାସ ଭିତରେ ହାଲ୍‌ ପଟ୍ଟାରେ ଆବଶ୍ୟକ ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଫଳରେ ଅନାବଶ୍ୟକ ଅସୁବିଧା ଭୋଗୁଥିବା ଜମି କ୍ରେତାମାନେ ଆଶ୍ବସ୍ତ ହୋଇଛନ୍ତି।Advertisment Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍‌ସା ୧୯୯୧ ମସିହାରେ ବିଡିଏ ପକ୍ଷରୁ କଳିଙ୍ଗନଗରରେ ପ୍ଲଟେଡ୍‌ ଡେଭ୍‌ଲପ୍‌ମେଣ୍ଟ ଯୋଜନା ଅଧୀନରେ ଘାଟିକିଆ ମୌଜାରେ ଆବାସିକ ପ୍ଲଟ୍‌ ଆବଣ୍ଟନ କରାଯାଇଥିଲା।

ସ୍ଥିତାବସ୍ଥା ଯାଞ୍ଚ ବେଳେ ବନ୍ଦୋବସ୍ତ ରେକର୍ଡରେ ଆବଣ୍ଟନ ଜମିର ପ୍ଲଟ୍‌ ନମ୍ବର ଓ ଏହାର ଆକାର ମେଳ ଖାଇ ନଥିଲା।

୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍‌ଗୁଡ଼ିକ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ରେକର୍ଡଭୁକ୍ତ ଥିବା ଜଣାପଡ଼ିଥିଲା।

ଏଣୁ ଜମି କ୍ରେତାମାନେ ଏହି ଲିଜ୍‌ ସମ୍ପତ୍ତିକୁ ଫ୍ରି-ହୋଲ୍ଡ ଆବେଦନ ବେଳେ ଅସୁବିଧା ଭୋଗୁଥିଲେ।

ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର ଏଥିରେ ହସ୍ତକ୍ଷେପ କରିବା ସହ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଇଥିଲେ।

ବିଡିଏ ପକ୍ଷରୁ ଜମି କ୍ରେତାଙ୍କ ପାଇଁ ଆଇନଜୀବୀ ନିଯୁକ୍ତି ନିର୍ଦ୍ଦେଶ ଦେଇଥିଲେ।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା ସେପଟେ ମାମଲାଗୁଡ଼ିକର ଗମ୍ଭୀରତାକୁ ଦେଖି ରାଜସ୍ବ ପର୍ଷଦ ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ ସବୁ ମାମଲା ଏକତ୍ର ଶୁଣାଣି କରାଯାଇଥିଲା।

ତଦନ୍ତ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ ଦଳ ଗଠନ କରାଯାଇଥିଲା।

ତଦନ୍ତ ରିପୋର୍ଟ ହସ୍ତଗତ ପରେ ରାଜସ୍ବ ପର୍ଷଦ ଆଜି ଏହି ରାୟ ଶୁଣାଇଛନ୍ତି।

କେ-୭ ଜମିର ସମାଧାନ ପରେ ବିଡିଏ ପକ୍ଷରୁ କେ-୮ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ ରେକର୍ଡ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଓକିଲ ସିଦ୍ଧାର୍ଥ କୁମାର ଦାସ ଓ ବିଡିଏ ପକ୍ଷରୁ ଆଇନଜୀବୀ ରବୀନ୍ଦ୍ର କୁମାର ନନ୍ଦ ଏହି ମାମଲା ପରିଚାଳନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)