BCCI NCA Vacancy: ୧୮ ମାସ ହେଲା ଖାଲି ପଡ଼ିଛି ବିସିସିଆଇ ଉତ୍କର୍ଷ କେନ୍ଦ୍ରର କ୍ରୀଡ଼ା ବିଜ୍ଞାନ ମୁଖ୍ୟ ଡାକ୍ତର ପଦବୀ
"ବେଙ୍ଗାଲୁରୁ: ଭାରତୀୟ ଦଳରେ ଆହତ ଖେଳାଳିଙ୍କ ବର୍ଦ୍ଧିତ ସଂଖ୍ୟା ଚିନ୍ତାର କାରଣ ହୋଇଥିବା ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ରରେ ଗତ ୧୮ ମାସ ହେଲା କ୍ରୀଡ଼ା ବିଜ୍ଞାନ ଓ ଡାକ୍ତରୀ ମୁଖ୍ୟ ପଦବୀ ଖାଲି ରହିଛି।
ଏହି ପଦବୀ ପୂରଣ ପାଇଁ ବିସିସିଆଇ ପକ୍ଷରୁ ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନ ଚାଲିଥିବାବେଳେ ଏପର୍ଯ୍ୟନ୍ତ ସୁଫଳ ମିଳିପାରି ନାହିଁ।Advertisment ପୂର୍ବତନ ମୁଖ୍ୟ ନିତିନ ପଟେଲ ପଦ ଛାଡ଼ିବାର ପ୍ରାୟ ୧୮ ମାସ ପରେ ମଧ୍ୟ ଏହି ପଦ ପୂରଣ ହୋଇପାରିନାହିଁ ବୋଲି ଉତ୍କର୍ଷ କେନ୍ଦ୍ର ମୁଖ୍ୟ ତଥା ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି।
ନିତିନ ପଟେଲଙ୍କ ଅନୁପସ୍ଥିତିରେ ଉତ୍କର୍ଷ କେନ୍ଦ୍ରର ବରିଷ୍ଠ ଫିଜିଓଥେରାପିଷ୍ଟ ଧନଞ୍ଜୟ କୌଶିକ କାମଚଳାଭାବେ ଏହି ଦାୟିତ୍ୱ ତୁଲାଉଛନ୍ତି।
ଭାରତୀୟ କ୍ରିକେଟରମାନଙ୍କ ମଧ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଆହତ ସମସ୍ୟା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଦୀର୍ଘ ସମୟ ଧରି ଖାଲି ରହିବା ନେଇ ପ୍ରଶ୍ନ ଉଠିଛି।
ତେବେ ଏଥିପାଇଁ ବିସିସିଆଇର ଅବହେଳା ଦାୟୀ ନୁହେଁ ବୋଲି ଲକ୍ଷ୍ମଣ ସ୍ପଷ୍ଟ କରିଛନ୍ତି।
ଲକ୍ଷ୍ମଣ କହିଛନ୍ତି, “ନିତିନ ପଦ ଛାଡ଼ିବା ପରେ ଆମେ ଏପର୍ଯ୍ୟନ୍ତ ଏହି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି ପାଇପାରିନାହୁଁ।
ଆମ ପାଖରେ ଆଣ୍ଡ୍ରୁ ଲିପୁସ୍ ଥିଲେ ଏବଂ ସବୁକିଛି ପ୍ରାୟ ଚୂଡ଼ାନ୍ତ ହୋଇଯାଇଥିଲା।
ବିସିସିଆଇ ସଚିବ ଦେବଜିତ ସାଇକିଆ ତାଙ୍କ ସହ ଦୁଇ-ତିନିଥର ବୈଠକ ମଧ୍ୟ କରିଥିଲେ।
କିନ୍ତୁ ହଠାତ୍ ପାରିବାରିକ କାରଣ ଦର୍ଶାଇ ଆଣ୍ଡ୍ରୁ ପଛକୁ ହଟିଗଲେ।” ପାଞ୍ଚଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ ସେ କହିଛନ୍ତି ଯେ ଏହି ପଦ ପୂରଣ ପାଇଁ ବିସିସିଆଇ ପକ୍ଷରୁ ଏକ ଚୟନ ପ୍ରକ୍ରିୟା କରାଯାଇଥିଲା।
ଡ.
ଦିନଶ ପାର୍ଡିୱାଲା, ଡ.
ଆଶିଷ ସୋନି, ଡ.
ରୋହନ ଖାଭଟେ ଏବଂ ନିଜେ ଲକ୍ଷ୍ମଣ ଏହି ସାକ୍ଷାତକାର ପ୍ରକ୍ରିୟାରେ ସାମିଲ ଥିଲେ।
ମୋଟ ପାଞ୍ଚଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଥିଲା।
ସେଥିରେ ଜଣେ ଅଷ୍ଟ୍ରେଲୀୟ ପ୍ରାର୍ଥୀ ପ୍ରଥମ ପସନ୍ଦ ଥିଲେ।
କିନ୍ତୁ ତାଙ୍କୁ ଚୟନ କରାଯିବା ପରେ ସେ ବେଙ୍ଗାଲୁରୁ ସ୍ଥାନାନ୍ତର ହୋଇ କାମ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ପଦ ଗ୍ରହଣରୁ ପଛକୁ ହଟିଥିଲେ।
JPSC Protest: ଝାଡ଼ଖଣ୍ଡ ବିଧାନସଭା ଘେରାଉ ପୂର୍ବରୁ ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ରାଞ୍ଚି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
