Barking Deer Dies ପ୍ରାଣ ବଞ୍ଚାଇବାକୁ କଲ୍ୟାଣସିଂହପୁର ଥାନାରେ ପସିଲା କୁଟରା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Jul 03, 2026 - 18:07
Barking Deer Dies ପ୍ରାଣ ବଞ୍ଚାଇବାକୁ କଲ୍ୟାଣସିଂହପୁର ଥାନାରେ ପସିଲା କୁଟରା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାୟଗଡା:  ଥାନା ଭିତରେ ମଣିଷ କଥା ଛାଡ଼ନ୍ତୁ ଜଙ୍ଗଲର ସବୁଠାରୁ ନିରୀହ ଜନ୍ତୁ କୁଟରାଟିଏ ମଧ୍ୟ ସୁରକ୍ଷିତ ନୁହେଁ, ଆଜି କଲ୍ୟାଣସିଂହପୁର ଥାନା ଭିତରେ ଘଟିଥିବା ଏକ ଘଟଣା ପରେ ଅଞ୍ଚଳର ଗଳିକନ୍ଦି ଖଟିରେ ଏହି ଆଲୋଚନା ଜୋର ଧରିଛି। 

ଖାରିଗୁଡା ଗ୍ରାମରୁ ଜଙ୍ଗଲୀ କୁଟରା ଉଦ୍ଧାର

ସୂଚନାନୁସାରେ, ଆଜି (ଶୁକ୍ରବାର) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ନିକଟସ୍ଥ ଏକ ଜଙ୍ଗଲରୁ ‌‌ଗୋଟିଏ  ମାଇ କୁଟରା କ୍ଷତ ବିକ୍ଷତ ହୋଇ ପ୍ରାଣ ବିକଳରେ  କଲ୍ୟାଣସିଂହପୁର ଥାନା ମଧ୍ୟକୁ ପଶିଆସିଥିଲା। ‌ଜଙ୍ଗଲରୁ ଜନବସତି ଆଡ଼କୁ ଆସିବା ବେଳେ ବୁଲାକୁକୁରଙ୍କ ଆକ୍ରମଣ ଶିକାର ହୋଇଥିବା ଅନୁମାନ କରାଯାଉଛି। ପୁଲିସ କର୍ମଚାରୀମାନେ ଆହତ କୁଟରାକୁ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି କୁଟରାଟିକୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଥିଲେ। 

Kalyansinghpur: କଲ୍ୟାଣସିଂହପୁର ଭିଡ଼ହିଂସା ଘଟଣା: ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ

ସେଠାରେ ଚିକିତ୍ସା କରିବା ଅବସ୍ଥାରେ କୁଟରାଟିର ମୃତ୍ୟୁ ଘଟିଥିଲା।  କୁଟରାଟିକୁ ପ୍ରାଣୀ ଚିକିତ୍ସାଳୟ ଡାକ୍ତର  ଅଶିମ୍ କୁମାର ଦାସ ବ୍ୟବଚ୍ଛେଦ କରିଥିଲେ। କୁଟରାର ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।  ଦୁଇ ଦିନ ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ୍ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।