Chinese Apps Banned: ଇ-ରିକ୍ସା ପ୍ରତି ବିପଦ: ୩ଟି ଚୀନ ଆପ୍‌ ନିଷିଦ୍ଧ

Jul 03, 2026 - 16:51
Chinese Apps Banned: ଇ-ରିକ୍ସା ପ୍ରତି ବିପଦ: ୩ଟି ଚୀନ ଆପ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଅନେକ ସହରରେ ଇ-ରିକ୍ସା ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଚୀନର ତିନିଟି ଆପ୍‌କୁ ଆପ୍‌ ଷ୍ଟୋରରୁ ହଟାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଆପ୍‌ଗୁଡ଼ିକ ହେଉଛି ବିଏଟି-ବିଏମ୍‌ଏସ୍‌, ଲୋସିଜି ଓ ଇପୋଚ୍‌ ଲାଇ-ଆୟନ। ଅଭିଯୋଗ ଆସିଥିଲା ​​ଯେ କିଛି ଲୋକ ବ୍ଲୁଟୁଥ୍ ମାଧ୍ୟମରେ ଏହି ଆପ୍ ବ୍ୟବହାର କରି ଇ-ରିକ୍ସା ବ୍ୟାଟେରିକୁ ବନ୍ଦ କରି ଭଳି ହୀନ କାର୍ଯ୍ୟ କରୁଥିଲେ। ଫଳରେ ଚାଲୁଥିବା ଗାଡ଼ି ବନ୍ଦ ହୋଇଯାଉଥିଲା ଓ ଚାଳକମାନଙ୍କୁ ବହୁତ ଅସୁବିଧା ସାମନା କରିବାକୁ ପଡ଼ିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଗ୍ଲୋବାଲ୍ ଗ୍ରିନ୍ ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ କିଛି ଇ-ରିକ୍ସା ଲିଥିୟମ୍ ବ୍ୟାଟେରିର ବ୍ଲୁଟୁଥ୍ ପରିଚାଳନା ସିଷ୍ଟମରେ କୌଣସି ପାସୱାର୍ଡ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିଲା। ତେଣୁ ସେହି ଆପ୍‌ଗୁଡ଼ିକ ଆପେ ସେଥିରେ ସଂଯୋଗ ହୋଇଥିଲା। ଫଳରେ ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତି ଉକ୍ତ ଆପ୍‌ ବ୍ୟବହାର କରି ଇ-ରିକ୍ସାର ବ୍ୟାଟେରି ବନ୍ଦ କରିଦେଉଥିଲେ। ବିଏଟି-ବିଏମ୍‌ଏସ୍‌ ହେଉଛି ଚୀନର କମ୍ପାନି ସେନ୍‌ଜେନ୍‌ ଗ୍ରିନଏନର୍ଜି ଟେକ୍ନୋଲୋଜି ଦ୍ବାରା ବିକାଶ କରାଯାଇଥିବା ଏକ ଆପ୍‌। ସୋସିଆଲ ମିଡିଆ ଚର୍ଚ୍ଚା ଅନୁସାରେ ଏହି ଆପ୍‌ଗୁଡ଼ିକ ଜରିଆରେ ଦେଶର ସମସ୍ତ ଇ-ରିକ୍ସା କିମ୍ବା ଇଲେକ୍ଟ୍ରିକ୍‌ ଯାନକୁ ବନ୍ଦ କରାଯାଇପାରିବ। ଯେଉଁ ଗାଡ଼ିଗୁଡ଼ିକର ବ୍ୟାଟେରିରେ ବ୍ଲୁଟୁଥ୍‌ ପ୍ରଯୁକ୍ତି ରହିଛି ଓ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଢିଲା, ସେହି ଗାଡ଼ିଗୁଡ଼ିକୁ ଏହି ଆପ୍‌ ଜରିଆରେ ସହଜରେ ଟାର୍ଗେଟ୍‌ କରାଯାଇପାରିବ। କିନ୍ତୁ କାର୍‌ ଭଳି ଗାଡ଼ିକୁ ତାହା ପ୍ରଭାବିତ କରିପାରିବ ନାହିଁ। କାରଣ ସେଥିରେ ବ୍ୟାଟେରିର ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଯେଉଁ ଇଭିର ବ୍ୟାଟେରି ସହ ବ୍ଲୁଟୁଥ୍‌ ସଂଯୋଗ ନାହିଁ, ସେଗୁଡ଼ିକୁ ଏହି ଆପ୍‌ ଟାର୍ଗେଟ୍‌ କରିପାରିବ ନାହିଁ। ତେଣୁ ଦେଶରେ ଚାଲୁଥିବା ପୁରୁଣା ଇ-ରିକ୍ସାଗୁଡ଼ିକୁ ଏହି ବିପଦରୁ ସମ୍ପୂର୍ଣ୍ଣ ସୁରକ୍ଷିତ।