Barack Obama:ଟ୍ରମ୍ପଙ୍କୁ ଓବାମାଙ୍କ କଡ଼ା ବାର୍ତ୍ତା , କ୍ଷମତା ବଦଳିଲା, ରାଜନୀତି ବଦଳିବ
ନୂଆଦିଲ୍ଲୀ: ଆମେରିକାରେ ବଦଳିଲା ରାଜନୈତିକ ପାଣିପାଗ ।
ଭୋଟରଙ୍କ ରାୟରେ ବଦଳିଗଲା କ୍ଷମତାର ସମୀକରଣ ।
ଟ୍ରମ୍ପଙ୍କ ରାଜନୀତିକୁ ଝଟକା ଦେଇ ଡେମୋକ୍ରାଟଙ୍କ ବିଜୟ ପରେ ଏବେ ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବୟାନ ।
ନିର୍ବାଚନ ଫଳାଫଳକୁ ନେଇ ଓବାମା କହିଛନ୍ତି, ଆମେରିକୀୟ ଜନତା ବିଭାଜନର ରାଜନୀତି ନୁହେଁ, ବରଂ ଲୋକଙ୍କୁ ଯୋଡ଼ୁଥିବା ରାଜନୀତି ଚାହୁଁଛନ୍ତି ।
ଏମିତି ନେତୃତ୍ୱ ଚାହୁଁଛନ୍ତି, ଯିଏ କେବଳ ପ୍ରତିଶ୍ରୁତି ନୁହେଁ, ସମସ୍ୟାର ସମାଧାନ କରିବ ।
ତେବେ ଓବାମାଙ୍କ ଏହି ବୟାନ କ'ଣ ଟ୍ରମ୍ପ ପ୍ରଶାସନ ପାଇଁ ଏକ ବଡ଼ ରାଜନୈତିକ ସନ୍ଦେଶ ?
ନଭେମ୍ବର ୩ରେ ଅନୁଷ୍ଠିତ ୨୦୨୬ ଆମେରିକା ମିଡ୍ଟର୍ମ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ବିଜୟ ପରେ ଏକ୍ସରେ ପୋଷ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ଓବାମା ।
ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଜନସାଧାରଣଙ୍କ ସାଧାରଣ ମୂଲ୍ୟବୋଧ, ଜନସେବା ଏବଂ ଲୋକଙ୍କ ସମସ୍ୟା ପ୍ରତି ଥିବା ପ୍ରତିବଦ୍ଧତାର ବିଜୟ ବୋଲି କହିଛନ୍ତି ।
Advertisment Obama Criticizes: ସଦ୍ଦାମ ହୁସେନଙ୍କ ଚିଜକେକ୍ କାରଖାନା ଭଳି ଲାଗୁଛି ହ୍ୱାଇଟ୍ ହାଉସ: ଟ୍ରମ୍ପଙ୍କୁ ପରିହାସ କଲେ ବାରାକ ଓବାମା କେବଳ ପାରମ୍ପରିକ ଡେମୋକ୍ରାଟିକ୍ ଆସନ ନୁହେଁ, ବରଂ ଯେଉଁ ଆସନଗୁଡ଼ିକରେ ବିଜୟ ସହଜ ନଥିଲା, ସେଠାରେ ମଧ୍ୟ ପ୍ରାର୍ଥୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।
ଭିନ୍ନ ଭିନ୍ନ ପୃଷ୍ଠଭୂମି ଓ ରାଜନୈତିକ ବିଚାରଧାରା ସତ୍ତ୍ୱେ ଜନସେବା ଏବଂ ଭୋଟରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ହିଁ ସେମାନଙ୍କୁ ଏକାଠି କରିଥିବା କହିଛନ୍ତି ଓବାମା ।
ଅନ୍ୟପଟେ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିବା ଉଭୟ ଦଳର ହଜାର ହଜାର ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ତେବେ ଏହି ବିଜୟକୁ କେବଳ ଉତ୍ସବରେ ସୀମିତ ନରଖି ଆଗାମୀ ଦୁଇ ବର୍ଷ ପାଇଁ ଏକ ବଡ଼ ରାଜନୈତିକ ଦାୟିତ୍ୱ ଭାବେ ଦେଖିବାକୁ ଦଳକୁ ପରାମର୍ଶ ଦେଇଛନ୍ତି ।
ଓବାମାଙ୍କ କହିବା ଅନୁସାରେ, ଟ୍ରମ୍ପ ପ୍ରଶାସନର କାର୍ଯ୍ୟକାଳର ଆଉ ଦୁଇ ବର୍ଷ ବାକି ରହିଛି ।
ଏହି ସମୟ ମଧ୍ୟରେ ଯେଉଁଠି କ୍ଷମତା ମିଳିଛି, ସେଠାରେ ପରିବର୍ତ୍ତନ ଆଣିବା ଭବିଷ୍ୟତ ପାଇଁ ମଜବୁତ ମୂଳଦୁଆ ପକାଇବାକୁ ହେବ ।
ଏହି ନିର୍ବାଚନୀ ବିଜୟ ପରେ ଡେମୋକ୍ରାଟଙ୍କ ପାଇଁ କଂଗ୍ରେସରେ ନିଜର ପ୍ରଭାବ ବଢ଼ାଇବାର ରାସ୍ତା ଖୋଲିଛି ।
ନୂଆ କଂଗ୍ରେସ ୨୦୨୭ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବ ।
ଏହାପରେ ଟ୍ରମ୍ପ ପ୍ରଶାସନର ନୀତି, ନିଷ୍ପତ୍ତି ଓ କାର୍ଯ୍ୟକଳାପ ଉପରେ ଅଧିକ ନଜର ରଖିବାର ସୁଯୋଗ ପାଇବେ ଡେମୋକ୍ରାଟ୍ ।
ମହଙ୍ଗା ମାଡ଼, ବଢ଼ୁଥିବା ଦରଦାମ୍ ଏବଂ ଦେଶର ଭବିଷ୍ୟତକୁ ନେଇ ଭୋଟରଙ୍କ ଅସନ୍ତୋଷ ଏହି ନିର୍ବାଚନରେ ବଡ଼ ପ୍ରସଙ୍ଗ ପାଲଟିଥିଲା ।
ତେବେ ଓବାମାଙ୍କ ଏହି ବୟାନ ଆମେରିକା ରାଜନୀତିରେ ଏକ ନୂଆ ବିତର୍କକୁ ଜନ୍ମ ଦେଇଛି ।
ଟ୍ରମ୍ପଙ୍କ ଶାସନକାଳରେ ଡେମୋକ୍ରାଟ୍ କେତେ ପରିବର୍ତ୍ତନ ଆଣିପାରିବେ, ତାହା ଆଗାମୀ ଦୁଇ ବର୍ଷ ହିଁ ସ୍ପଷ୍ଟ କରିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
