Bank Strike: ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

Sep 10, 2026 - 13:02
Bank Strike: ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

"ନୂଆଦିଲ୍ଲୀ: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ନେଇ ମତଭେଦ ଓ ଅନ୍ୟାନ୍ୟ ଦାବି ପୂରଣ କରାଯାଉନଥିବାରୁ ଆସନ୍ତାକାଲି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଯିବ।

ଯୋଜନା ଅନୁସାରେ ଧର୍ମଘଟ ହେଲେ ଚାରି ଦିନ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ ହେବ।

ଆସନ୍ତାକାଲି ଶୁକ୍ରବାର ଧର୍ମଘଟ, ମାସର ଦ୍ବିତୀୟ ଶନିବାର, ରବିବାର ଓ ଗଣେଶ ପୂଜା ପାଇଁ ‌‌ସୋମବାର ଛୁଟି ରହିବ।

Advertisment ରା‌ଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ଏହି ଦିନଗୁଡ଼ିକରେ ମୁଖ୍ୟତଃ ରା‌ଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ।ଦାବି ପୂରଣ କରିବା ଲାଗି ୟୁଏଫ୍‌ବିୟୁ ପକ୍ଷରୁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତାକାଲିର ଦିନିକିଆ ଦେଶବ୍ୟାପୀ ଧର୍ମଘଟ ପରେ ଯଦି ଦାବିଗୁଡ଼ିକ ପୂରଣ ନ ହେବ ତେବେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ହେବ।

ଏହା ପରେ ଆସନ୍ତା ଅକ୍ଟୋବର ୨୬ ପରଠାରୁ ଆମରଣ ଅନଶନ କରାଯିବ।

ପାଞ୍ଚଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ୨୦୨୪ରେ ନିଷ୍ପତ୍ତି ହୋଇଥିଲା।

ସବୁ ଶନିବାର ଛୁଟି ହେବ ବୋଲି କୁହାଯାଇଥିଲା।

ଏହା ବଦଳରେ କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ଅତିରିକ୍ତ ୪୦ ମିନିଟ୍‌ କାମ କରିବେ ବୋଲି କହିଥିଲେ।

କିନ୍ତୁ ଏପର୍ଯ୍ୟନ୍ତ ସେହି ନିଷ୍ପତ୍ତି ଲାଗୁ କରାଯାଉନାହିଁ।

ବାଧ୍ୟ ହୋଇ କର୍ମଚାରୀମାନେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ବୋଲି ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି।

Temperature: ଅଗଷ୍ଟ ପାଲଟିଥିଲା ତାତିଲା କଡ଼େଇ: ବିଶ୍ୱ ତାପମାତ୍ରାରେ ୧.୬୫ ଡିଗ୍ରି ସେଲସିୟସ୍ ବୃଦ୍ଧି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)