Bank: ବ୍ୟାଙ୍କରେ କିପରି ଏବଂ କେତେଥର ଗଣନା କରାଯାଏ ଜମା ଟଙ୍କା? ଜାଣନ୍ତୁ କିଏ ରଖେ ଏହାର ହିସାବ

Oct 30, 2026 - 11:34
Bank: ବ୍ୟାଙ୍କରେ କିପରି ଏବଂ କେତେଥର ଗଣନା କରାଯାଏ ଜମା ଟଙ୍କା? ଜାଣନ୍ତୁ କିଏ ରଖେ ଏହାର ହିସାବ

ନୂଆଦିଲ୍ଲୀ: ସମ୍ପ୍ରତି ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ର ଏକ ଶାଖାରୁ ପ୍ରାୟ ୩୫ କୋଟି ଟଙ୍କା ଗାଏବ ହେବା ଅଭିଯୋଗ ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି।

ଗ୍ରାହକମାନଙ୍କ ବିନା ଅନୁମତି କିମ୍ବା ଓଟିପି (OTP) ଏବଂ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ ଆଲର୍ଟ ବିନା ସେଭିଂ ଆକାଉଣ୍ଟ ଏବଂ ଫିକ୍ସଡ୍ ଡିପୋଜିଟ୍ (FD) ରୁ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ବ୍ୟାଙ୍କଗୁଡ଼ିକରେ ଜମା ରାଶିର ସୁରକ୍ଷା ଏବଂ ଏହାର ଅଡିଟ୍ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଆସନ୍ତୁ ଜାଣିବା ବ୍ୟାଙ୍କଗୁଡ଼ିକରେ ଜମା ଟଙ୍କାର ହିସାବ କିପରି କରାଯାଏ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିପରି ଏହାର ତଦାରଖ କରିଥାଏ | Advertisment ୧.

ବ୍ୟାଙ୍କରେ କେତେଥର ଜମା ଟଙ୍କାର ହିସାବ ନିଆଯାଏ?

ବ୍ୟାଙ୍କଗୁଡ଼ିକରେ ପ୍ରତିଦିନର କାରବାର ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବଡ଼ ଆକାରରେ ଅଡିଟ୍ ଓ ହିସାବ କରାଯାଇଥାଏ | ପ୍ରତି ୧୫ ଦିନରେ (ପ୍ରତି ଦୁଇ ସପ୍ତାହରେ ଥରେ) ବ୍ୟାଙ୍କଗୁଡ଼ିକ ସେମାନଙ୍କର ମୋଟ ଜମା ରାଶିର ତଥ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ପ୍ରଦାନ କରିଥାନ୍ତି।

ପ୍ରତିବର୍ଷ ମାର୍ଚ୍ଚ ୩୧ ଏବଂ ସେପ୍ଟେମ୍ବର ୩୦ ତାରିଖରେ କାର୍ଯ୍ୟ ସମାପ୍ତ ହେବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

ମାର୍ଚ୍ଚ ୩୧ ସବୁଠାରୁ ବଡ଼ ବାର୍ଷିକ ଅଡିଟ୍ ସମୟ, ଯେଉଁଥିରେ ପ୍ରତିଟି ଟଙ୍କାର ଲେଜର ବାଲାନ୍ସ ମେଳ କରାଯାଏ।

ଆହୁରି ପଢନ୍ତୁ: INDIA Alliance: ଇଣ୍ଡି ମେଣ୍ଟ ରାଲିରେ ସିଜେପିର ଯୋଗଦାନକୁ ନେଇ ସସପେନ୍ସ ୨.

ଆରବିଆଇ କିପରି ସମଗ୍ର ବ୍ୟବସ୍ଥା ଉପରେ ନଜର ରଖେ?

ଆରବିଆଇ (RBI) ଦେଶରେ ଚଳନରେ ଥିବା ମୋଟ ମୁଦ୍ରା ଏବଂ ରିଜର୍ଭ ମନିକୁ ଠିକ୍ ଭାବେ ତଦାରଖ କରିବା ପାଇଁ M0 (ବେସ୍ ମନି), M1 ଏବଂ M3 ପରି ମୌଦ୍ରିକ ସୂଚକଗୁଡ଼ିକର ବ୍ୟବହାର କରିଥାଏ।

ବ୍ୟାଙ୍କଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟ ଏବଂ ରିପୋର୍ଟ 'ଇ-କୁବେର' (E-Kuber) ପୋର୍ଟାଲ ଜରିଆରେ ସିଧାସଳଖ ଆରବିଆଇ ପାଖରେ ପହଞ୍ଚିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)