Bangladesh:ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ
"ଢାକା: ବାଂଲାଦେଶର ରାଜଧାନୀ ଢାକାଠାରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସେମିନାରରେ ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଭାରତ ପକ୍ଷରୁ କଡ଼ା ଆପତ୍ତି ପ୍ରକାଶ କରାଯାଇଛି। ''ବାଂଲାଦେଶ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଆଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜ୍'' (ବିଆଇଆଇଏସଏସ୍) ସଭାଗୃହରେ ''ସାର୍କ ର ପୁନରୁଦ୍ଧାର'' ପ୍ରସଙ୍ଗରେ ଚାଲିଥିବା ଏକ ଆଲୋଚନା ଚକ୍ରରେ ଏହି ଘଟଣା ଘଟିଛି।
ଭାରତୀୟ ହାଇକମିଶନର ଦ୍ୱିତୀୟ ସଚିବ ପୂଜା କୁମାରୀ ଝା ସେଠାରେ ଉପସ୍ଥିତ ରହି ତୁରନ୍ତ ଏହାକୁ ବିରୋଧ କରିବା ସହ ଜମ୍ମୁ-କାଶ୍ମୀର ଭାରତର ଏକ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପୁନର୍ବାର ସ୍ପଷ୍ଟ କରିଛନ୍ତି।Advertisment ଆହୁରି ପଢନ୍ତୁ :Clothes Care: ଫିକା ପଡ଼ୁଛି କି ପୋଷାକର ରଙ୍ଗ?
ଘରୋଇ ଉପାୟରେ ପାଆନ୍ତୁ ସହଜ ସମାଧାନ ସୂଚନା ଅନୁଯାୟୀ, ଭାରତରେ ଅବସ୍ଥାପିତ ପୂର୍ବତନ ବାଂଲାଦେଶୀ ହାଇକମିଶନର ଅହମ୍ମଦ ତାରିକ୍ କରିମ୍ ନିଜର ଉପସ୍ଥାପନା ଦେଉଥିବା ବେଳେ ସ୍କ୍ରିନରେ ଏକମାନଚିତ୍ର ଦେଖାଇଥିଲେ, ଯେଉଁଥିରେ ଜମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଚିତ୍ରିତ କରାଯାଇଥିଲା।
ଏହା ଦେଖିବା ମାତ୍ରେ ପ୍ରତିବାଦ କରି ପୂଜା କୁମାରୀ ଝା କହିଥିଲେ, "ସାର୍, ଏହା ଏକ ଭୁଲ୍ ମାନଚିତ୍ର।
ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ।" ଆହୁରି ପଢନ୍ତୁ :Hunger Strike: ମୁଁ ଗାନ୍ଧୀ କିମ୍ବା ହିରୋ ନୁହେଁ, କେବଳ ଜଣେ ସାଧାରଣ ନାଗରିକ: ଅନଶନର ୧୪ତମ ଦିନରେ କହିଲେ ସୋନମ ୱାଙ୍ଗଚୁକ୍ ଏହାର ଜବାବରେ କରିମ୍ କହିଥିଲେ ଯେ ଏହି ମାନଚିତ୍ରଟି କେବଳ ବୁଝାଇବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ଏବଂ ଏହା ପ୍ରକୃତ ସୀମାକୁ ଦର୍ଶାଉନାହିଁ।
ତେବେ ଭାରତୀୟ ମାନଚିତ୍ରର ଭୁଲ୍ ଉପସ୍ଥାପନାକୁ ସହ୍ୟ କରାଯାଇପାରିବ ନାହିଁ ବୋଲି ଭାରତୀୟକୂଟନୀତିଜ୍ଞ ଦୃଢ଼ତାର ସହ କହିଥିଲେ, ଯାହା ପରେ କରିମ୍ ନିଜର ଭୁଲ୍ ସ୍ୱୀକାର କରି ''ପଏଣ୍ଟ ନୋଟେଡ୍'' ବୋଲି କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।