Bali Jatra Ground No-Drone Zone ଭିଭିଆଇପି, ଭିଆଇପି ସୁରକ୍ଷା; ବାଲିଯାତ୍ରା ପଡ଼ିଆ ନୋ-ଡ୍ରୋନ୍ ଜୋନ୍ ଘୋଷିତ

Nov 20, 2026 - 18:42
Bali Jatra Ground No-Drone Zone ଭିଭିଆଇପି, ଭିଆଇପି ସୁରକ୍ଷା; ବାଲିଯାତ୍ରା ପଡ଼ିଆ ନୋ-ଡ୍ରୋନ୍ ଜୋନ୍ ଘୋଷିତ

କଟକ /ଭୁବନେଶ୍ବର: ଚଳିତ ବର୍ଷ କଟକ ବାଲିଯାତ୍ରା ଉତ୍ସବକୁ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ବାଲିଯାତ୍ରାକୁ ଆସିବାକୁ ଥିବା ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ନିମନ୍ତେ ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା କରାଯାଇଛି ।

Advertisment President Droupadi Murmu: ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଶୁକ୍ରବାର) ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜ୍ଞପ୍ତି ଅନୁସାରେ, ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ନୋ-ଡ୍ରୋନ୍ ଜୋନ୍ ଅଞ୍ଚଳ ମଧ୍ୟରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ମନୁଷ୍ୟରହିତ ବାୟବୀୟ ଯାନ (ୟୁଏଭି) ଏବଂ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ବ୍ୟବହାର କରିବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥାମାନେ ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି।

ଯେଉଁମାନେ ବିନାନୁମତିରେ ଡ୍ରୋନ୍‌ଆଦି ଉଡ଼ାଇବେ ସେମାନଙ୍କ ଡ୍ରୋନ୍‌ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Bhubaneswar Bali Jatra: ବଢ଼ିବ ଭୁବନେଶ୍ୱର ବାଲିଯାତ୍ରାର କଳେବର: ୧୫ ଏକର ଜାଗାରେ ପଡ଼ିବ ହଜା‌ରେ ଷ୍ଟଲ୍‌, ପାର୍କିଂ ସ୍ଥାନ ବୃଦ୍ଧି, ନୂଆ ରାସ୍ତା ନିର୍ମାଣ ହେବ ସୂଚନାଯୋଗ୍ୟ, ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ।

ଚଳିତ ବର୍ଷ ୬୦ ଏକରରୁ ଅଧିକ ପରିମିତ ଲୋୟର ଓ ଅପର ବାଲିଯାତ୍ରା ପଡ଼ିଆରେ ଏହାକୁ ଆହୁରି ଭବ୍ୟ ଭାବେ ଆୟୋଜନ କରାଯାଉଛି।

ଏଣୁ ଅଧିକ ଜନସମାଗ ହେବା ଅନୁମାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)