Balasore Businessman Murder Case: ବାଲେଶ୍ବରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣା, ରାତି ତମାମ ପୋଲିସର ଛାନଭିନ
ବାଲେଶ୍ବରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣା। ରାତି ତମାମ ପୋଲିସର ଛାନଭିନ। ହତ୍ୟାକାଣ୍ଡ ନେଇ ସୁପାରୀ କିଲରଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ୨ ଜଣ ଦୁର୍ବୃତ୍ତ ୮ ରାଉଣ୍ଡ ଗୁଳି ମାଡ କରି ଚମ୍ପଟ୍ ମାରିଥିଲେ।
ସିସିଟିଭି ଫୁଟେଜରେ ୨ ଜଣ ମୁହଁ ଢାଙ୍କି ଆସି ଗୁଳିମାଡ଼ କରିଥିବା ଦେଖିବାକୁ ପାଇଛି ପୋଲିସ। ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଗତକାଲି ସହଦେବଖୁଣ୍ଟା ଥାନା ଅରଡ ବଜାରରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ ଦୁବୃର୍ତ୍ତ।