Baisinga-Rupsa road: ନୂଆ ରାସ୍ତା ଆଳରେ ପୁରୁଣାକୁ ଅବହେଳା: ମୃତ୍ୟୁଫାନ୍ଦ ପାଲଟିଛି ବୈଶିଙ୍ଗା–ରୁପ୍ସା ରାସ୍ତା

Jul 27, 2026 - 23:46
Baisinga-Rupsa road: ନୂଆ ରାସ୍ତା ଆଳରେ ପୁରୁଣାକୁ ଅବହେଳା: ମୃତ୍ୟୁଫାନ୍ଦ ପାଲଟିଛି ବୈଶିଙ୍ଗା–ରୁପ୍ସା ରାସ୍ତା

"ବୈଶିଙ୍ଗା (ଦୀପକ କୁମାର ସିଂହ): ବିକାଶ ନାମରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ହେଉଛି, କୋଟି କୋଟି ଟଙ୍କାର ଟେଣ୍ଡର ମଧ୍ୟ ହେଉଛି।

କିନ୍ତୁ ଯେଉଁ ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି, ସେହି ରାସ୍ତାର ଅବସ୍ଥା ଆଜି ଅତ୍ୟନ୍ତ ଶୋଚନୀୟ।

ବେତନଟୀ ବ୍ଲକ ଅଧୀନ ପୂର୍ତ୍ତ ବିଭାଗର ବୈଶିଙ୍ଗା–ରୁପ୍ସା (ଏମଡିଆର-୭୦) ରାସ୍ତା ଏବେ ଲୋକଙ୍କ ପାଇଁ ସୁବିଧାର ନୁହେଁ, ବରଂ ମୃତ୍ୟୁଫାନ୍ଦ ପାଲଟିଯାଇଛି।

ବର୍ଷା ଆରମ୍ଭ ହେବା ପରଠାରୁ ରାସ୍ତାରେ ଶତାଧିକ ଖାଲଖମା ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ତଥାପି ପୂର୍ତ୍ତ ବିଭାଗ କିମ୍ବା ପ୍ରଶାସନର ଚେତା ପଶୁନାହିଁ।Advertisment ବିଡ଼ମ୍ବନାର ବିଷୟ ହେଉଛି, ୨୦୨୩ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ପ୍ରଶସ୍ତିକରଣ ଓ ପୁନଃନିର୍ମାଣ କରାଯାଇଥିଲା।

ହେଲେ କାମ ଶେଷ ହେବାର କିଛି ଦିନ ମଧ୍ୟରେ ରାସ୍ତା ଉପରେ ପ୍ୟାଚ ପକାଇବାକୁ ପଡ଼ିଥିଲା ଏବଂ ମାତ୍ର କିଛି ମାସ ମଧ୍ୟରେ ବାରମ୍ବାର ମରାମତି କରାଯାଇଥିଲା।

ଏହା ରାସ୍ତା ନିର୍ମାଣର ଗୁଣବତ୍ତା ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି।

ସରକାରୀ ଚାକିରି ପାଇବାର ସୁଯୋଗ ଏବେ ବୈଶିଙ୍ଗାରୁ ପଣଶିଆ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ବିଶେଷକରି ଦୁଇଚକିଆ ଓ ସାଇକେଲ ଚାଳକମାନେ ଗର୍ତ୍ତ ଚିହ୍ନଟ କରିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି।

ସ୍ଥାନୀୟ ସୂଚନା ଅନୁଯାୟୀ, ଗତ ୩୦ ଦିନ ମଧ୍ୟରେ ୩୦ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ କେତେକ କ୍ଷେତ୍ରରେ ପ୍ରାଣହାନି ମଧ୍ୟ ଘଟିଛି।

୩୦ ଦିନରେ ୩୦ରୁ ଅଧିକ ଦୁର୍ଘଟଣା, ତଥାପି ନିଦ୍ରାରେ ପୂର୍ତ୍ତ ବିଭାଗ ଓ ପ୍ରଶାସନ ଅନ୍ୟପଟେ, ବୈଶିଙ୍ଗାରୁ ରୁପ୍ସା ପର୍ଯ୍ୟନ୍ତ ରାସ୍ତାର ବୈଶିଙ୍ଗା ସଂଲଗ୍ନ ରାସ୍ତାକୁ ୭ ମିଟରରୁ ୧୦ ମିଟର ପ୍ରଶସ୍ତ କରିବା ପାଇଁ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନୂଆ ପ୍ରକଳ୍ପର ଶିଳାନ୍ୟାସ ହୋଇସାରିଛି।

କିନ୍ତୁ ନୂଆ ରାସ୍ତା ନିର୍ମାଣ କାମ ଆରମ୍ଭ ହେବା ପୂର୍ବରୁ ବର୍ତ୍ତମାନର ରାସ୍ତାର ଆବଶ୍ୟକ ମରାମତି ମଧ୍ୟ କରାଯାଉନାହିଁ।

ଫଳରେ ଲୋକମାନେ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ରାସ୍ତା ଦେଇ ପ୍ରତିଦିନ ଉଚ୍ଚ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଯାତାୟାତ କରୁଥିବା ସତ୍ତ୍ୱେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ପ୍ରତି କାହାର ଦୃଷ୍ଟି କାହିଁକି ପଡ଼ୁନାହିଁ?

ବାରମ୍ବାର ଦୁର୍ଘଟଣା ଘଟିବା ପରେ ମଧ୍ୟ ପୂର୍ତ୍ତ ବିଭାଗର ନୀରବତା ସାଧାରଣ ଲୋକଙ୍କ ମନରେ ତୀବ୍ର କ୍ଷୋଭ ସୃଷ୍ଟି କରିଛି।ସ୍ଥାନୀୟ ବାସିନ୍ଦାଙ୍କ ଦାବି, ନୂଆ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ଅତି କମରେ ଜରୁରୀ ଭିତ୍ତିରେ ରାସ୍ତାର ସମସ୍ତ ଖାଲଖମାକୁ ମରାମତି କରାଯାଉ, ଦୁର୍ଘଟଣାପ୍ରବଣ ସ୍ଥାନରେ ସତର୍କ ସୂଚନା ବୋର୍ଡ ଓ ବିପଦ ସଙ୍କେତ ଲଗାଯାଉ ଏବଂ ପୂର୍ବରୁ ହୋଇଥିବା ନିମ୍ନମାନର କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ।

ବିକାଶ କେବଳ ଶିଳାନ୍ୟାସରେ ସୀମିତ ନ ରହି, ସାଧାରଣ ଲୋକଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ହିଁ ପ୍ରଶାସନର ପ୍ରକୃତ ଦାୟିତ୍ୱ।

ବୈଶିଙ୍ଗା–ରୁପ୍ସା ରାସ୍ତାର ଅବସ୍ଥା ଏବେ ତୁରନ୍ତ ହସ୍ତକ୍ଷେପ ଦାବି କରୁଛି।

ଆଉ କେତେ ଜୀବନ ଯିବା ପରେ ପ୍ରଶାସନର ନିଦ ଭାଙ୍ଗିବ—ଏହି ପ୍ରଶ୍ନ ଆଜି ସମଗ୍ର ଅଞ୍ଚଳବାସୀଙ୍କ ମନରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।