Rahul Gandhi: ରାହୁଲଙ୍କ ‘ଏକେ-୪୭ ଗୁଳିଚାଳନା’ ଅଭିଯୋଗକୁ ନେଇ ରାଜନୀତି ତେଜିଲା, ବିଜେପି କହିଲା ‘ମିଛ ପ୍ରଚାର’

Jul 27, 2026 - 20:28
Rahul Gandhi: ରାହୁଲଙ୍କ ‘ଏକେ-୪୭ ଗୁଳିଚାଳନା’ ଅଭିଯୋଗକୁ ନେଇ ରାଜନୀତି ତେଜିଲା, ବିଜେପି କହିଲା ‘ମିଛ ପ୍ରଚାର’

"ନୂଆଦିଲ୍ଲୀ: ବିହାରରେ ନିଟ୍‌ ପେପର ଲିକ୍‌ ବିରୋଧୀ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୋମବାର କେନ୍ଦ୍ର ସରକାର ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ "ଏକେ-୪୭ରୁ ଗୁଳି" ଚଳାଇଛି।

ଅନ୍ୟପକ୍ଷରେ ବିଜେପି ଏହି ଦାବିକୁ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି କହି ରାହୁଲ ଗାନ୍ଧୀ ଲୋକଙ୍କୁ ଭ୍ରମିତ କରାଉଥିବା ଅଭିଯୋଗ ଆଣିଛି।Advertisment ଆହୁରି ପଢନ୍ତୁ : Trains Cancelled ରାୟଗଡ଼ା ମଣ୍ଡଳରେ ସୁଡ଼ଙ୍ଗ ଆଧୁନିକୀକରଣ: ବୁଧବାର ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍ ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ରାହୁଲ ଗାନ୍ଧୀ କହିଥିଲେ, ବିହାରରେ ଛାତ୍ରମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଥିବାବେଳେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି ଏବଂ ଏକେ-୪୭ରୁ ଗୁଳି ଚଳାଯାଇଛି।

ଛାତ୍ରମାନଙ୍କ ସ୍ୱରକୁ ଦମନ କରିବା ପାଇଁ ସରକାର ବଳପ୍ରୟୋଗ କରୁଥିବା ସେ ଅଭିଯୋଗ କରିଥିଲେ।

ପେପର ଲିକ୍‌ ଘଟଣାରେ ପୀଡ଼ିତ ଯୁବପିଢ଼ିଙ୍କ ସହ କଂଗ୍ରେସ ରହିବ ବୋଲି ମଧ୍ୟ ସେ କହିଥିଲେ।

ଆହୁରି ପଢନ୍ତୁ : CIET NCERT Recruitment 2026: ସରକାରୀ ଚାକିରି ପାଇବାର ସୁଯୋଗ ରାହୁଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ତୁରନ୍ତ ପ୍ରତିକ୍ରିୟା ଦେଇଥିଲା।

ଦଳର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର କହିଥିଲେ, ବିହାରରେ ଏକେ-୪୭ରୁ ଗୁଳି ଚଳାଯାଇଥିବାର କୌଣସି ପ୍ରମାଣ ନାହିଁ।

ରାହୁଲ ଗାନ୍ଧୀ ଜାଣିଶୁଣି ଭୁଲ୍‌ ସୂଚନା ପ୍ରଚାର କରି ଦେଶରେ ଅସ୍ଥିରତା ସୃଷ୍ଟି କରିବା ଓ ଛାତ୍ର ଆନ୍ଦୋଳନକୁ ଆହୁରି ଉସ୍‌କାଇବାକୁ ଚେଷ୍ଟା କରୁଛନ୍ତି।

ବିଜେପି ନେତା କହିଥିଲେ, ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସାଧାରଣ ଆଇନଗତ ବ୍ୟବସ୍ଥା ଗ୍ରହଣ କରିଥିଲା।

ଏକେ-୪୭ ଭଳି ସ୍ୱୟଂଚାଳିତ ରାଇଫଲ ବ୍ୟବହାର କରାଯାଇଥିବା କଥା ସମ୍ପୂର୍ଣ୍ଣ କଳ୍ପିତ ଏବଂ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି।

ଆହୁରି ପଢନ୍ତୁ : Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ ଏପଟେ ବିହାରରେ ପେପର ଲିକ୍‌ ପ୍ରସଙ୍ଗ ଓ ଛାତ୍ର ଆନ୍ଦୋଳନକୁ ନେଇ ରାଜନୈତିକ ପରିବେଶ ଉତ୍ତପ୍ତ ରହିଛି।

ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ କେନ୍ଦ୍ର ସରକାର ପେପର ଲିକ୍‌ ରୋକିବା ପାଇଁ କଠୋର ଆଇନ ଆଣିବାକୁ ପଦକ୍ଷେପ ନେଇଥିବା କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।