Badminton World C’ships:: ବିଶ୍ବ ବ୍ୟାଡ୍ମିଣ୍ଟନ୍: କ୍ବାର୍ଟରରେ ତ୍ରିଶା-ଗାୟତ୍ରୀ
"ନୂଆଦିଲ୍ଲୀ: ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍ରେ ତ୍ରିଶା ଓ ଗାୟତ୍ରୀ ସିଧାସଳଖ ୨୧-୧୬, ୨୧-୧୨ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନର ରିନ ଇୱାନାଗା ଓ କିଏ ନାକାନିଶିଙ୍କୁ ପରାସ୍ତ କରିଥିଲେ।
ଏହି ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ଏବେ ବିଶ୍ବ ପଦକଠୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି।
ତ୍ରିଶା ଓ ଗାୟତ୍ରୀ ୨୦୨୨ ଓ ୨୦୨୩ରେ ଲଗାାତର ଅଲ୍ଇଂଲଣ୍ଡ ଓପନ୍ର ସେମିଫାଇନାଲ୍ ପହଞ୍ଚିଥିଲେ।
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏମାନେ ମଧ୍ୟ କାଂସ୍ୟ ଜିତିଥିଲେ ଏବଂ ଗତ ବର୍ଷ ବିଶ୍ବ ମାନ୍ୟତାରେ ଶୀର୍ଷ ୧୦ ମଧ୍ୟରେ ରହିଥିଲେ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
