03 NOVEMBER 2026

Welcome!

Unlock your personalized experience.
Sign Up

Baby boy dead: ମା’ପେଟରେ ଶିଶୁପୁତ୍ର ମୃତ: ଚିକିତ୍ସାଳୟରେ ଉତ୍ତେଜନା

Nov 03, 2026 - 05:38
Baby boy dead: ମା’ପେଟରେ ଶିଶୁପୁତ୍ର ମୃତ: ଚିକିତ୍ସାଳୟରେ ଉତ୍ତେଜନା

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ମା’ ପେଟରେ ଏକ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଦୋଷୀ କର୍ମଚାରୀ ଓ ଡାକ୍ତରଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛନ୍ତି ପରିବାର ଲୋକେ।
ସୂଚନା ମୁତାବକ ବ୍ରହ୍ମଗିରି ବ୍ଲକ୍‌ ରାଏବିଧାର ଗ୍ରାମର ମନୋଜ କୁମାର ମଙ୍ଗରାଜଙ୍କ ପତ୍ନୀ ସସ୍ମିତା ପ୍ରଧାନ। ଏହା ତାଙ୍କର ଦ୍ୱିତୀୟ ପ୍ରସବ ଥିଲା। ଗତକାଲି ସନ୍ଧ୍ୟାରେ ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଭର୍ତ୍ତି ପରେ ତାଙ୍କୁ ପ୍ରସବ ଯନ୍ତ୍ରଣା ବଢ଼ାଇବା ପାଇଁ ଏକ ଇଞ୍ଜେକସନ ଦିଆଯାଇଥିଲା। ଇଞ୍ଜେକସନ ନେବା ପରେ ତାଙ୍କ ଯନ୍ତ୍ରଣା ଆହୁରି ଅସହ୍ୟ ହୋଇଥିଲା। କିନ୍ତୁ ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତର ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ। କେବଳ ରାତି ୨ଟା ପର୍ଯ୍ୟନ୍ତ ଚଲା ବୁଲା କରିବା ଓ ତରଳ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇ ଚାଲିଯାଇଥିଲେ।

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

ଆଜି ଅପରାହ୍ଣରେ ସସ୍ମିତାଙ୍କ ଯନ୍ତ୍ରଣା ଅତ୍ୟଧିକ ବଢି ଯାଇଥିଲା। ପରିବାର ଲୋକେ ବାରମ୍ବାର ଡାକ୍ତର ଓ ନର୍ସଙ୍କୁ ଡାକିଥିଲେ ମଧ୍ୟ କେହି ସମୟ ମଧ୍ୟରେ ଆସିନଥିଲେ। ଶେଷରେ ଅପରାହ୍ଣରେ ପରିବାର ଲୋକଙ୍କୁ ଡାକି ମା’ ପେଟ ଭିତରେ ହିଁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଇଥିଲା। ଏହି ଘଟଣା ପରେ ପ୍ରସୂତି ବିଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଲୋକେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ। ଯଦି ଠିକ୍‌ ସମୟରେ ଅସ୍ତ୍ରୋପଚାର କରାଯାଇଥାନ୍ତା ବା ଡାକ୍ତର ଠିକ୍‌ ସମୟରେ ଆସିଥାନ୍ତେ ତେବେ ଶିଶୁଟି ବଞ୍ଚି ଯାଇଥାନ୍ତା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। 

Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଓ ହସ୍ପିଟାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରିବାର ଲୋକଙ୍କ ଦାବି ହେଉଛି, ଯେଉଁମାନେ ପ୍ରସୂତି ବିଭାଗରେ ଡ୍ୟୁଟିରେ ରହି ଅବହେଳା କରିଛନ୍ତି ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।। ସଦର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)