Ayodhya: ରାମମନ୍ଦିର ଦାନ ଚୋରି ଘଟଣା: ୪୦ ଦିନରେ ୭୦ ଥର ଟଙ୍କା ଚୋରି ହୋଇଥିଲା

Jul 12, 2026 - 21:29
Ayodhya: ରାମମନ୍ଦିର ଦାନ ଚୋରି ଘଟଣା: ୪୦ ଦିନରେ ୭୦ ଥର ଟଙ୍କା ଚୋରି ହୋଇଥିଲା

"ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥ ଚୋରି ଘଟଣାର ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଓ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଜାଣିବାକୁ ପାଇଛି ଯେ, ମାତ୍ର ୪୦ ଦିନ ମଧ୍ୟରେ ପ୍ରାୟ ୭୦ ଥର ଦାନ ଅର୍ଥ ଚୋରି କରାଯାଇଥିଲା।Advertisment ତଦନ୍ତରୁ ଜଣାପଡ଼ିଛି ଯେ, ଦାନ ବାକ୍ସରୁ ଟଙ୍କା ବାହାର କରି ଗଣତି ସମୟରେ କିଛି କର୍ମଚାରୀ ଲୁଚାଇ ନେଉଥିଲେ।

ପ୍ରଥମେ କିଛି ୫୦୦ ଟଙ୍କିଆ ନୋଟ୍‌ ଚୋରି କରାଯାଉଥିଲା।

ପରେ ଏହାର ପରିମାଣ ବଢ଼ି ବଣ୍ଡଲ୍‌ ଆକାରରେ ଟଙ୍କା ନେବା ପର୍ଯ୍ୟନ୍ତ ପହଞ୍ଚିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତମାନେ ମିଶି ମୋଟ ପ୍ରାୟ ୨ରୁ ୩ କୋଟି ଟଙ୍କା ଚୋରି କରିଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ: Liquor Shop Robbery Gang ଧରାପଡ଼ିଲା ମଦ ଦୋକାନ ଲୁଟେରା ଗ୍ୟାଙ୍ଗ, ୪ ଗିରଫ ଏସ୍‌ଆଇଟି ରିପୋର୍ଟରେ କୁହାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିଲା।

ନିୟମିତ ଭାବେ କର୍ମଚାରୀମାନଙ୍କ ଶରୀର ତଲାସି କରାଯାଉ ନ ଥିଲା।

ସିସିଟିଭି ନଜରଦାରିରେ ମଧ୍ୟ ଅବହେଳା ହୋଇଥିଲା।

ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଟଙ୍କାକୁ ପୋଷାକ, ଜୋତା ଓ ଅନ୍ୟ ବ୍ୟକ୍ତିଗତ ସାମଗ୍ରୀରେ ଲୁଚାଇ ବାହାରକୁ ନେଉଥିଲେ।

ତଦନ୍ତରେ କିଛି କର୍ମଚାରୀଙ୍କ ବ୍ୟାଙ୍କ କାରବାର ଓ ସମ୍ପତ୍ତି ସେମାନଙ୍କ ଆୟ ତୁଳନାରେ ଅସ୍ୱାଭାବିକ ଭାବେ ଅଧିକ ଥିବା ମଧ୍ୟ ସାମ୍ନାକୁ ଆସିଛି।

ଆହୁରି ପଢନ୍ତୁ: Neglect: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ, ହସ୍‌ପିଟାଲ ଯିବା ରସ୍ତାରେ ଜନ୍ମ ଦେଲେ କନ୍ୟା ସନ୍ତାନ ତଦନ୍ତକାରୀଙ୍କ ମତରେ, ଅଧିକାଂଶ ଚୋରି ସନ୍ଧ୍ୟା ସିଫ୍ଟରେ ହୋଇଥିବାରୁ ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ଭୂମିକାକୁ ବିଶେଷ ଭାବେ ଯାଞ୍ଚ କରାଯାଉଛି।

ସେହି ସମୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକଳାପ, ଡ୍ୟୁଟି ରେକର୍ଡ ଓ ସିସିଟିଭି ଫୁଟେଜ୍‌କୁ ମେଳ କରାଯାଉଛି।

ଏସ୍‌ଆଇଟି ଏହା ମଧ୍ୟ କହିଛି ଯେ, ନିରୀକ୍ଷଣ ବ୍ୟବସ୍ଥା ଓ ପ୍ରଶାସନିକ ତଦାରଖରେ ଅବହେଳା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିଲା।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରିବା, ନିୟମିତ ତଲାସି ଓ ସିସିଟିଭି ନଜରଦାରିକୁ ସୁଦୃଢ଼ କରିବା ସହ ଦାନ ଅର୍ଥ ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ବଢ଼ାଇବା ପାଇଁ ତଦନ୍ତକାରୀ ଦଳ ସୁପାରିସ କରିଛି।

ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।