August 15th: ସେଦିନର ଅଗଷ୍ଟ ପନ୍ଦର: ପୂର୍ବରାତିରୁ ପାଇସାରିଥିଲେ ଆଭାସ, ସଂକୀର୍ତ୍ତନରେ ନୃତ୍ୟ କରି ମନାଇଥିଲେ ଉତ୍ସବ

Aug 16, 2026 - 01:09
August 15th: ସେଦିନର ଅଗଷ୍ଟ ପନ୍ଦର: ପୂର୍ବରାତିରୁ ପାଇସାରିଥିଲେ ଆଭାସ, ସଂକୀର୍ତ୍ତନରେ ନୃତ୍ୟ କରି ମନାଇଥିଲେ ଉତ୍ସବ

"ପୁରୀ (ସତ୍ୟନାରାୟଣ ରାଉତରାୟ): ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ବରୂପ ଭାରତ ଭୂଖଣ୍ଡରେ ସ୍ବାଧୀନତାର ସୂର୍ଯ୍ୟୋଦୟ ହେଲା।

୧୯୪୭ ଅଗଷ୍ଟ ୧୫ରେ ଭାରତବାସୀ ନିଜେ ନିଜର ନେତୃତ୍ବ ନେବାର ଅଧିକାର ପାଇଲେ।

ସ୍ବାଧୀନତା ସଂଗ୍ରାମରେ ଅନେକ ଗୁଣ୍ଡୁଚି ମୂଷା ଭଳି ସାମିଲ୍ ହୋଇଥିବା ବେଳେ ପୁରୀ ମାଟିର କିଛି ସଂଗ୍ରାମୀ ବି ସାଜିଥିଲେ ସ୍ବାଧୀନତା ସଂଗ୍ରାମରେ ମହାତ୍ମାଙ୍କ ସେନାନୀ।

ସ୍ବାଧୀନତାକୁ ଅଙ୍ଗେ ନିଭାଇଥିବା ପୁରୀର ପ୍ରାୟ ସମସ୍ତ ସଂଗ୍ରାମୀ ଇହଧାମରୁ ବିଦାୟ ନେଲେଣି।

ତେବେ ସେଦିନର ସେଇ ଅଗଷ୍ଟ ୧୫ର ଯେଉଁ ସ୍ମୃତି ଛାଡ଼ି ଦେଇ ଯାଇଛନ୍ତି, ତାହା ଆଜି ବି ରୋମାଞ୍ଚିତ କରେ।Advertisment Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ୧୯୪୨ରେ ଗାନ୍ଧୀଜୀଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।

ନିମାପଡ଼ା ଥାନା ଦଖଲ କରି ପତାକା ଉଡ଼ାଇବାକୁ ବାହାରି ପଡ଼ିଥିଲେ।

ସ୍ବର୍ଗତ ପଟ୍ଟନାୟକ ଦିନେ ଅଗଷ୍ଟ ୧୫ ଦିନର ସ୍ମୃତି ବଖାଣିବା ବେଳେ କହିଥିଲେ, ସ୍ବାଧୀନତା ଖବର ଆଗରୁ ମିଳିଯାଇଥିଲା।

ତେଣୁ ଅଗଷ୍ଟ ୧୪ ରାତିରୁ ତାଙ୍କ ଗ୍ରାମରେ ଉତ୍ସବ ଆରମ୍ଭ ହୋଇଯାଇଥିଲା।

ନିମାପଡ଼ା, ବିଷ୍ଣୁପୁର, ହଂସପଡ଼ା, ଗଡ଼ଅଣ୍ଢିଆଠୁ ନେଇ ଚରଣପଦା ଯାଏ ରାତିଯାକ ଗ୍ରାମବାସୀ ସଂକୀର୍ତନ କରି ଡେଇଁଥିଲେ।

ଗାଁ ଯାକ ଖୁସିରେ ଗୀତ ଗାଇ ବୁଲିଥିଲେ। "ସ୍ବାଧୀନ ଭାରତ ସ୍ବାଧୀନ ଭାରତ ସ୍ବାଧୀନ ସ୍ବାଧୀନରେ...

ଓ ଜାତୀୟ ପତାକା ଫରଫର, ଉଡ଼ିବ ସ୍ବରାଜ୍ୟେ ଘର ଘର...

ଭଳି ଗୀତ ଗାଇ ଗାଁ ପରିକ୍ରମା କରିଥିଲେ।

BMC: ବିଏମ୍‌ସି କର୍ପୋରେସନ ବୈଠକ: ଦୋକାନ ପାଇଁ ହଙ୍ଗାମା, କର୍ପୋରେଟର ମୁହାଁମୁହିଁ ସେହିଭଳି କାକଟପୁର ବ୍ଲକ ବାଜପୁରର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୋମନାଥ ପାତ୍ରଙ୍କଙ୍କ ସହ କଥା ହେବା ବେଳେ ସେ କହିଥିଲେ, ସ୍କୁଲ୍‌ରେ ପଢ଼ିବା ବେଳେ କଂଗ୍ରେସ ନେତାଙ୍କ ଭାଷଣ ଶୁଣିଶୁଣି ତାଙ୍କ ମନରେ ବି ବିଦ୍ରୋହର ନିଆଁ ଲାଗିସାରିଥିଲା।

କଂଗ୍ରେସ ନେତା ଶ୍ୟାମସୁନ୍ଦର ସ୍ବାଇଁ ଗିରଫ ନହୋଇ ଲୁଚି ବୁଲୁଥିଲେ।

ତାଙ୍କ ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପତ୍ର ଆସିଲା।

ଏହାକୁ ପହଞ୍ଚାଇବାର ଦାୟିତ୍ବ ଦିଆଯାଇଥିଲା ସୋମନାଥଙ୍କୁ।

ସେ ଚିଠି ଓ ଖାଦ୍ୟ ନେଇ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଅଧାବାଟରେ ଅଟକାଇଲା।

ଏହା ପୂର୍ବରୁ ଜାଣିପାରି ସୋମନାଥ ଚିଠିକୁ ଚୋବାଇ ଗିଳି ଦେଇଥିଲେ।

ପରେ ସେ ଶ୍ୟାମସୁନ୍ଦରଙ୍କ ନିକଟରେ ଚିଠିରେ ଲେଖାଯାଇଥିବା ବାର୍ତା ପହଞ୍ଚାଇଥିଲେ।

କାଳକ୍ରମେ ସେ କଂଗ୍ରେସର ବାନର ସେନାର ସେନାପତି ହେଲେ।

ଦିନେ ପ୍ରଧାନଶିକ୍ଷକ ତାଙ୍କୁ କହିଲେ, ତୁ ଖଦଡ଼ ପିନ୍ଧି ସ୍କୁଲ୍‌କୁ ଆସିଲେ ତୋ ନାଁ କାଟିଦେବି।

ସୋମନାଥ ବିଦ୍ରୋହୀ ହୋଇ ଉଠିଲେ।

କହିଲେ ପଢ଼ା ଛାଡ଼ିଦେବି, କିନ୍ତୁ ଖଦଡ଼ ଛାଡ଼ିବି ନାହିଁ।

ଜମିଦାରୀ ପ୍ରଥା ବିରୋଧରେ ସଂଗ୍ରାମରେ ସାମିଲ ହେବା ସହ ଚାଷୀମାନଙ୍କୁ ଏକତ୍ର କରାଇଥିଲେ।

କଂଗ୍ରେସକୁ ଯିଏ ସମର୍ଥନ କରୁଥିଲା ସେ ସେତେବେଳେ ଗିରଫ ହେଉଥିଲା।

ସେ ବି ବାରମ୍ବାର ଥାନାକୁ ଯାଉଥିଲେ।

ତାଙ୍କ ପିତାମାତା ଥାନାରୁ ଉଦ୍ଧାର କରି ଆଣୁଥିଲେ ବି ପୁଲିସ ବିଭିନ୍ନ ଦଫା ଲଗାଇ ପୁଣି ତାଙ୍କୁ ଜେଲ୍‌କୁ ପଠାଇ ଦେଉଥିଲା।

ସେଦିନର ସେଇ ସଂଗ୍ରାମର ଫଳଶ୍ରୁତି ସ୍ବରୂପ ସ୍ବାଧୀନତା ମିଳିବା ପରେ ସବୁ କଷ୍ଟ ଲାଘବ ହୋଇଯାଇଥିଲା ବୋଲି ସେ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media