Attacked with Arrow: କକାଙ୍କ ତୀର ମାଡ଼ରେ ଝିଆରୀ ଗୁରୁତର

Oct 21, 2026 - 11:11
Attacked with Arrow: କକାଙ୍କ ତୀର ମାଡ଼ରେ ଝିଆରୀ ଗୁରୁତର

"ରାଉରକେଲା: ରାଉରକେଲାରେ ଜଣେ ମହିଳାଙ୍କୁ ତୀର ମାରି ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଜମି ବିବାଦକୁ କେନ୍ଦ୍ର କରି ମହିଳାଙ୍କ ଉପରେ ତୀର ମାଡ଼ କରାଯାଇଛି।

ଏହି ଘଟଣା ରାଉରକେଲା ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରା ପଞ୍ଚାୟତର ଦଲପୋଷ ଗାଁରେ ଘଟିଛି।Advertisment ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ କକା ନିଜ ଝିଆରୀଙ୍କୁ ତୀର ମାଡ଼ କରିଛନ୍ତି।

ଏହି ଆକ୍ରମଣରେ ଗୁରୁତର ଆହତ ମହିଳାଙ୍କ ପରିଚୟ ରଜନୀ ଟପ୍ପନ ବୋଲି ଜଣାପଡ଼ିଛି।ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କକାଙ୍କୁ ଅଟକ ରଖିବା ସହ ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ପେଟରେ ତୀର ବାଜିଛି ଅନ୍ୟପଟେ, ତୀର ମାଡ଼ରେ ଗୁରୁତର ଆହତ ଝିଆରୀଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ତାଙ୍କର ଗୁରୁତର ଅବସ୍ଥାକୁ ଦେଖି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପେଟରେ ତୀର ବାଜିଛି।

ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Book Released: ବିଶ୍ବଭୂଷଣ ହରିଚନ୍ଦନଙ୍କ ବାସଭବନରେ କବିତା ସଙ୍କଳନ "ଅନ୍ଧାରର ପାରିଧି" ଉନ୍ମୋଚିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)