Attack: ପାକିସ୍ତାନ ସୀମା ନିକଟରେ ଘର ଉପରେ ଗ୍ରେନେଡ୍‌ ଆକ୍ରମଣ, ୩ ଆହତ

Aug 21, 2026 - 20:18
Attack: ପାକିସ୍ତାନ ସୀମା ନିକଟରେ ଘର ଉପରେ ଗ୍ରେନେଡ୍‌ ଆକ୍ରମଣ, ୩ ଆହତ

"ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଘର ଉପରେ ଗ୍ରେନେଡ୍‌ ଆକ୍ରମଣ ହୋଇଛି।

ରମଦାସ ଅଞ୍ଚଳର ଜଟ୍ଟା ଗାଁରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି।

ସୀମାଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଘଟିଥିବା ଏହି ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି।

ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।Advertisment ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଅଜଣା ବ୍ୟକ୍ତି ବାଇକ୍‌ରେ ଘର ନିକଟକୁ ଆସିଥିଲେ।

ସେମାନେ ମୁହଁକୁ କପଡ଼ାରେ ଘୋଡ଼ାଇ ରଖିଥିଲେ।

ଦୁଇ ଜଣ ଘର ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିବା ପରେ ସେଠାରେ ଜୋରଦାର ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣରେ ଘରର କାଚ ଭାଙ୍ଗିଯିବା ସହ ନିକଟରେ ଥିବା ଏକ ଗାଡ଼ିର କାଚ ମଧ୍ୟ ଭାଙ୍ଗିଯାଇଥିଲା।

ଆକ୍ରମଣ ପରେ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ହଠାତ୍‌ ବିସ୍ଫୋରଣ ହେବାରୁ ଗାଁରେ ଆତଙ୍କ ସୃଷ୍ଟି ହୋଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ କିମ୍ବା କାହାକୁ ଗିରଫ କରାଯାଇନାହିଁ।

ପଞ୍ଜାବର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ ପୁଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରୁଛି।

ଆକ୍ରମଣଟି ବ୍ୟକ୍ତିଗତ ବିବାଦରୁ ହୋଇଛି ନା ଏହା ପଛରେ କୌଣସି ସଂଗଠିତ ଆପରାଧିକ ଷଡ଼ଯନ୍ତ୍ର ରହିଛି, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।

ଏହି ଘଟଣାକୁ ନେଇ ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମଜିଠିଆ ପଞ୍ଜାବର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ ଘଟଣା ସହ ଜଡ଼ିତ ଏକ ଭିଡିଓ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଏବେ ପଞ୍ଜାବର ଲୋକେ ନିଜ ଘରେ ମଧ୍ୟ ସୁରକ୍ଷିତ ନାହାନ୍ତି।

ପୂର୍ବରୁ ଥାନାକୁ ନିଶାଣ କରାଯାଉଥିବାବେଳେ ଏବେ ଲୋକଙ୍କ ଘର ଉପରେ ଗ୍ରେନେଡ୍‌ ଫିଙ୍ଗାଯାଉଥିବା ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)