31 OCTOBER 2026

Welcome!

Unlock your personalized experience.
Sign Up

Attack: ଚୁମ୍ବକୀୟ ବୋମା ଦ୍ବାରା ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ: ୨୭ ଭାରତୀୟ ନାବିକ ସୁରକ୍ଷିତ

Oct 31, 2026 - 10:24
Attack: ଚୁମ୍ବକୀୟ ବୋମା ଦ୍ବାରା ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ: ୨୭ ଭାରତୀୟ ନାବିକ ସୁରକ୍ଷିତ

ତେହେରାନ:  ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟ ଜାହାଜର ସୁରକ୍ଷା ପ୍ରତି ବିପଦ ବଢ଼ିବାରେ ଲାଗିଛି। ୩୦ ଅକ୍ଟୋବରରେ, ପାନାମା-ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଏମଟି ଲୁଇସ୍-୧ ଉପରେ ଚୁମ୍ବକୀୟ ବୋମା(ଲିମ୍ପେଟ୍ ମାଇନ୍ସ) ସାହାଯ୍ୟରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣ ସମୟରେ ୨୭ ଜଣ ଭାରତୀୟ ନାବିକ ଜାହାଜରେ ଥିଲେ। ବିସ୍ଫୋରଣ ପରେ ଟ୍ୟାଙ୍କର୍‌ର ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିଯାଇଥିଲା।

ତେବେ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ ଏବଂ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତୀୟ ନାବିକଙ୍କ ସୁରକ୍ଷାକୁ ନିଶ୍ଚିତ କରି କହିଛନ୍ତି, ଯେ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜାହାଜ ପରିଚାଳନା କମ୍ପାନିଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ସମୁଦ୍ରରେ ତେଲ ଲିକ୍ ହେବାର ରିପୋର୍ଟ ନାହିଁ
ରଏଟର୍ସ ରିପୋର୍ଟ କରିଛି ଯେ, ଫେବ୍ରୁଆରିରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀରେ ଲିମ୍ପେଟ୍ ମାଇନ୍ସ ବ୍ୟବହାର କରି ଏହା ପ୍ରଥମ ସଫଳ ଆକ୍ରମଣ। ଏକ ଛୋଟ ଡଙ୍ଗା ଟ୍ୟାଙ୍କର ପାଖକୁ ଆସି ଏହାର ବାହାର ଭାଗରେ ଦୁଇଟି ଚୁମ୍ବକୀୟ ବିସ୍ଫୋରକ ଲଗାଇ ଚାଲିଯାଇଥିଲା। କିଛି ମୁହୂର୍ତ୍ତ ପରେ ଜାହାଜରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଏମଟି ଲୁଇସ୍ ୧ ଉପରେ ଆକ୍ରମଣ ପଛରେ କେଉଁ ଦେଶ କିମ୍ବା ସଂଗଠନର ହାତ ଅଛି ତାହା ନିଶ୍ଚିତ ହୋଇନାହିଁ। କେହି ଆହତ ହେବା କିମ୍ବା ସମୁଦ୍ରରେ ତେଲ ଲିକ୍ ହେବାର ରିପୋର୍ଟ ନାହିଁ। ନିଆଁ ଲିଭିବା ପରେ ଟ୍ୟାଙ୍କରଟି ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା।

ସମସ୍ତେ ସୁରକ୍ଷିତ ଥିବା ରିପୋର୍ଟ
ଗୋଟିଏ ଦିନ ପୂର୍ବରୁ, ଅକ୍ଟୋବର ୨୯ ତାରିଖରେ, ଲାଇବେରିଆନ ପତାକା ବିଶିଷ୍ଟ ବଡ଼ ତେଲ ଟ୍ୟାଙ୍କର ଏମଟି ଆରଜନାହା ଉପରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ସେହି ସମୟରେ ଦୁଇଜଣ ଭାରତୀୟ ନାଗରିକ ଜାହାଜରେ ଥିଲେ। ଉଭୟ ଘଟଣାରେ, ଆଘାତ ପାଇଥିବା ଜାହାଜରେ ମୋଟ ୨୯ ଜଣ ଭାରତୀୟ ନାଗରିକ ଥିଲେ। ସମସ୍ତେ ସୁରକ୍ଷିତ ଥିବା ରିପୋର୍ଟ କରାଯାଇଛି।

Birth Anniversary: ପଟେଲଙ୍କୁ କାହିଁକି କୁହାଯାଏ ଲୌହମାନବ? ଜାଣନ୍ତୁ ଦେଶ ପାଇଁ ତାଙ୍କ ସଂଘର୍ଷ ଓ ଅବଦାନ

ଲିମ୍ପେଟ୍ ମାଇନ୍ସ ହେଉଛି ଛୋଟ ବିସ୍ଫୋରକ ଉପକରଣ ଯାହା ଚୁମ୍ବକ ବ୍ୟବହାର କରି ଜାହାଜର ବାହାର ପାର୍ଶ୍ୱରେ ଳଗାଇ ଦିଆଯାଇଥାଏ। ଏହି ବିସ୍ଫୋରକଗୁଡ଼ିକୁ ଜାହାଜର ହୁଲ୍‌କୁ କ୍ଷତି ପହଞ୍ଚାଇବା ଏବଂ ନିଆଁ ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ।
ସାମୁଦ୍ରିକ ସୁରକ୍ଷା କମ୍ପାନି ମାରିସ୍କସ୍ ଅନୁଯାୟୀ, ୨୦୧୭ ମସିହାରୁ ଏହି ଅଞ୍ଚଳରେ ଏପରି ବିସ୍ଫୋରକର ବ୍ୟବହାର କରାଯାଉଛି। ଏଗୁଡ଼ିକର ମୂଲ୍ୟ କମ ଥିବାବେଳେ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ। ବଡ଼ ବାଣିଜ୍ୟ ଜାହାଜକୁ ଟାର୍ଗେଟ କରିବା ପାଇଁ ଛୋଟ ଡଙ୍ଗା ଦ୍ୱାରା ଏଗୁଡ଼ିକୁ ବ୍ୟବହାର କରାଯାଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)