astrologer beaten to death ହାତ ଦେଖି ଅତୀତର ଏମିତି କଥା କହିଲେ ଜ୍ୟୋତିଷ, ଯୁବକ ଠେଙ୍ଗାରେ ପିଟି ମାରିଦେଲା

Jul 25, 2026 - 22:36
astrologer beaten to death ହାତ ଦେଖି ଅତୀତର ଏମିତି କଥା କହିଲେ ଜ୍ୟୋତିଷ, ଯୁବକ ଠେଙ୍ଗାରେ ପିଟି ମାରିଦେଲା

"ଗୁରୁଣ୍ଡିଆ: କୁହାଯାଏ, ଯାହା ସତ୍ୟ ହୋଇଥିବା କିନ୍ତୁ ଅପ୍ରିୟ ହୋଇଥିବ ତାହା କହିବ ନାହିଁ।

ଏହି ଆପ୍ତବଚନ ଆଜି ଏକ ଘଟଣାରେ ପ୍ରମାଣିତ ହୋଇଛି।

ହାତ ଦେଖି ଭାଗ୍ୟ ଭବିଷ୍ୟତ ଗଣନା କରୁଥିବା ଜଣେ ହସ୍ତରେଖା ବିଷାରଦଙ୍କୁ ଜଣେ ଯୁବକ ଠେଙ୍ଗାରେ ପିଟି ପିଟି  ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଘଟିଛି।

Advertisment Astrologer Online: ଅନଲାଇନ୍‌ରେ ଜ୍ୟୋତିଷ ଶିକ୍ଷା ପ୍ରଦାନ କରି ଚର୍ଚ୍ଚାରେ କଟକର ସନ୍ଧ୍ୟାରାଣୀ ରଥ ସୂଚନା ଅନୁଯାୟୀ, ଖୁସିରାମ ଯୋଶୀ (୨୨) ଜଣେ ଛତିଶଗଡ଼ର ଅଧିବାସୀ।

ସେମାନଙ୍କ ୬ଟି ପରିବାରର ୧୨ ଜଣ ସଦସ୍ୟ ସମ୍ବଲପୁର ଜିଲ୍ଲାର କୁସୁମିଠାରେ ରହୁଛନ୍ତି।

ସେଠାରେ "ପଞ୍ଜିକାର ତଥା ଷଣ୍ଢା ବାବା" ନାମରେ ଏକ ସମୂହ ଗଠନ କରିଛନ୍ତି।

ଏମାନେ ବିଭିନ୍ନ ଅଞ୍ଚଳରେ ଯଜମାନି କାର୍ଯ୍ୟ କରି ଚଳନ୍ତି।

ଲୋକଙ୍କ ହାତ ଦେଖି ଭାଗ୍ୟ ଭବିଷ୍ୟତ ବି ଦେଖନ୍ତି।

Astrologer Arrested: ବ୍ୟକ୍ତିଗତ ସମସ୍ୟା ସମାଧାନ କରିବା ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ହାଇପ୍ରୋଫାଇଲ ଜ୍ୟୋତିଷ ଗିରଫ ଗତକାଲି (ଶନିବାର) ସନ୍ଧ୍ୟାରେ ଖୁସିରାମ କୁସୁମିରୁ ଯଜମାନି କାର୍ଯ୍ୟ ପାଇଁ ବାହାରିଥିଲେ।

ଟାମ୍ପରକେଲା ହାଇସ୍କୁଲ ନିକଟରେ ଲଳିତ ମୁଣ୍ଡାରୀଙ୍କ ସହ ଭେଟ ହୋଇଥିଲା।

ଲଲିତ ନିଜ ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଖୁସିରାମଙ୍କୁ କହିଥିଲେ।

ଖୁସିରାମ ହାତ ଦେଖି ଲଳିତଙ୍କୁ କହିଥିଲେ ଯେ, "ତୁମେ ଅତୀତରେ ତୁମ ପୁଅକୁ ହତ୍ୟା କରିଥିଲ।

ବର୍ତ୍ତମାନ ଜନ୍ମରେ ଜଣେ ବିଧବା ସହ ଅବୈଧ ସମ୍ପର୍କ ରଖିଛ।

ବୋଲି କହିଥିଲେ।

ଏଥିପାଇଁପରିବାରରେ ସର୍ବଦା ଅଶାନ୍ତି ଲାଗିଥିବା ଓ ଉନ୍ନତି ହେଉନାହିଁ ବୋଲି କହି ୧୨ ହଜାର ଟଙ୍କା ଦେଲେ ପୂଜାପୂଜି କରି  ଘର ସଂସାର ସଜାଡ଼ି ଦେବି ବୋଲି କହିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପରେ ଲଳିତ ମୁଣ୍ଡାରୀ ନିଜ ଘରକୁ ଖୁସିରାମଙ୍କୁ ଡାକିନେଇଥିଲେ।

ସେଠାରେ ଲଳିତ ଉତ୍ତ୍ୟକ୍ତ ହୋଇ ଖୁସିରାମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମର ୱାର୍ଡମେମ୍ବର ଗୁରୁଣ୍ଡିଆ ଥାନାକୁ ସୂଚନା ଦେଇଥିଲେ।

ଗୁରୁଣ୍ଡିଆ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ଦୁଇଟି ଠେଙ୍ଗା ଜବତ କରିଛି।

ପୁଲିସ ହତ୍ୟା ଅଭିଯୁକ୍ତ ଲଳିତ ମୁଣ୍ଡାରୀଙ୍କୁ ଗିରଫ କରିଛି।

ପଚରାଉଚରା ବେଳେ ଲଲିତ ଉପରୋକ୍ତ କଥା ସ୍ବୀକାର କରିଛି।

ରାଉରକେଲାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ସୁରାଗ ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଛି।

ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।

ମୃତ ଖୁସିରାମ ବିବାହିତ ଥିଲେ ଏବଂ ତାଙ୍କର ଗୋଟିଏ ୩ ବର୍ଷର ପୁଅ ଓ ୩ ମାସର ଝିଅ ଅଛନ୍ତି।

ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଗାଡ଼ି ଯୋଗେ ଛତିଶଗଡ଼ ନିଜ ଭିଟାମାଟିକୁ ନିଆଯିବ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।