Assembly session begins today: ଆଜିଠାରୁ ବିଧାନସଭା: ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍‌, ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି

Nov 18, 2026 - 02:20
Assembly session begins today: ଆଜିଠାରୁ ବିଧାନସଭା: ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍‌, ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି।

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୩୩ଟି କାର୍ଯ୍ୟଦିବସ ରହିଛି।

ଅଧିବେଶନର ପ୍ରଥମ ଦିବସରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ।

ନଭେମ୍ବର ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବ।

ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ବିଭିନ୍ନ ଦାବି ନେଇ ବହୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, ସମାବେଶ ଆୟୋଜନ କରାଯିବ।

Advertisment Assembly: ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ: ସିସିଟିଭି ଲେନ୍ସରେ ଲୋୟର ପିଏମ୍‌ଜିରୁ ବିଧାନସଭା ଏହାକୁ ନଜରରେ ରଖି ଲୋୟର ପିଏମ୍‌ଜି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅଧିବେଶନ ପୂର୍ବରୁ ଆଜି ବିଧାନସଭା ପରିସର‌ରେ ସର୍ବଦଳୀୟ ବୈଠକ ଡକାଯାଇଥିଲା।

ବାଚସ୍ପତି ସୁରମା ପାଢ଼ୀ ଏଥିରେ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ।

UN General Assembly: 'ତୁମେ କାହା ସହିତ କଥା ହେଉଛ ଜାଣିଛି': ମୁହାଁମୁହିଁ ହେଲେ ଆମେରିକା ଏବଂ କ୍ୟୁବା ପ୍ରତିନିଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)