Assam Floods: ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୮ରେ ପହଞ୍ଚିଲା

Jul 30, 2026 - 10:46
Assam Floods: ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୮ରେ ପହଞ୍ଚିଲା

"ଗୁଆହାଟୀ: ଆସାମରେ ପ୍ରଳୟଙ୍କାରୀ ବନ୍ୟା ଆସି ଅନେକ ଲୋକଙ୍କ ମୃତ୍ୟୁ ହୋଇଛି।

ବୁଧବାର ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୮ରେ ପହଞ୍ଚିଛି।

ଶିବସାଗର ଓ ଗୋଲାଘାଟ ଜିଲ୍ଲାରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ସରକାରୀ ବୁଲେଟିନ ଅନୁଯାୟୀ, ଶିବସାଗରରେ ଦୁଇ ଜଣଙ୍କର ମୃତ୍ୟୁ ଓ ଗୋଲାଘାଟରେ ଜଣଙ୍କର ମୃତ୍ୟୁ ହୋଇଛି।Advertisment ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ସାତଟି ଜିଲ୍ଲାରେ ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସାତଟି ବନ୍ୟା ପ୍ରଭାବିତ ଜିଲ୍ଲା - ଶିବସାଗର, ଚରାଇଦେଓ, ଗୋଲାଘାଟ, ଜୋରହାଟ, ନାଗାଓଁ, ବିଶ୍ୱନାଥ ଓ କାମରୂପ ମେଟ୍ରୋପଲିଟାନ୍‌ରେ ୩,୦୦,୦୩୧ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

୨୧ଟି ରାଜସ୍ୱ ସର୍କଲ ଓ ୫୫୧ଟି ଗ୍ରାମକୁ ବନ୍ୟା ଜଳ ପ୍ରଭାବିତ କରୁଛି।

୨୧,୫୨୩.୦୮ ହେକ୍ଟର ଫସଲ ଅଞ୍ଚଳ ବୁଡ଼ି ରହିଛି।

ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଚରାଇଦେଓ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଚରାଇଦେଓରେ ୧,୩୭,୫୬୧ ଜଣ, ଶିବସାଗର ୮୪,୬୦୦ ଲୋକ ଓ ଜୋରହାଟରେ ୪୯,୯୧୧ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ମଙ୍ଗଳବାର ଛଅଟି ଜିଲ୍ଲାରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୩.୩୨ ଲକ୍ଷ ଥିଲା, ଯାହା ସାମଗ୍ରିକ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ସୂଚାଉଛି।

Trump Administration: ବିଶ୍ୱଠାରୁ ସତ୍ୟ ଲୁଚାଇ ରଖିଥିଲେ ଟ୍ରମ୍ପ ପ୍ରଶାସନ: ସାଟେଲାଇଟ୍ ଚିତ୍ରରୁ ପର୍ଦ୍ଦାଫାସ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।