Arunachal Pradesh: ଅରୁଣାଚଳର ବିକାଶକୁ ଅଣଦେଖା କରିଥିଲା କଂଗ୍ରେସ: ଅମିତ ଶାହ
ଇଟାନଗର: ଅରୁଣାଚଳ ପ୍ରଦେଶ ର ବିକାଶକୁ କଂଗ୍ରେସ ସରକାର ଅଣଦେଖା କରିବା ସହ ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ଅର୍ଥ ଦେଇ ନଥିଲା।
ମାତ୍ର ନରେନ୍ଦ୍ର ମୋଦୀ ସରକାର ଙ୍କ ଶାସନରେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନରେ ବ୍ୟାପକ ବୃଦ୍ଧି ହୋଇଛି।
ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Advertisment ଶାହ କହିଛନ୍ତି, ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାରଙ୍କ ସମୟରେ ଅରୁଣାଚଳକୁ ମାତ୍ର ୩୩,୫୩୦ କୋଟି ଟଙ୍କା ମିଳିଥିଲା।
ଅନ୍ୟପକ୍ଷରେ ୨୦୧୪ରୁ ୨୦୨୪ ମଧ୍ୟରେ ଏନ୍ଡିଏ ସରକାର ଏହି ରାଜ୍ୟକୁ ୧ ଲକ୍ଷ ୬୪ ହଜାର ୬୬୪ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି।
ରାଜ୍ୟର ଟିକସ ଭାଗ ଚାରିଗୁଣ ବଢ଼ିଥିବା ବେଳେ ଅନୁଦାନ ୧୮ ଗୁଣ ବୃଦ୍ଧି ପାଇଛି ବୋଲି ସେ ଦାବି କରିଛନ୍ତି।
ସେ କହିଛନ୍ତି, ଅରୁଣାଚଳର ବଜେଟ୍ ୧୨ ହଜାର କୋଟିରୁ ବଢ଼ି ୩୬ ହଜାର କୋଟି ଟଙ୍କାରେ ପହଞ୍ଚିବା ରାଜ୍ୟର ବିକାଶର ପ୍ରମାଣ।
୧୦ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୩୩,୫୩୦ କୋଟିରୁ ବଢ଼ି ୧.୬୪ ଲକ୍ଷ କୋଟି ଟଙ୍କା ସୀମାନ୍ତ ଗାଁଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଇ ଶାହ କହିଥିଲେ, ମୋଦୀ ସରକାର ସୀମାନ୍ତ ଗାଁକୁ ଦେଶର ଶେଷ ଗାଁ ନୁହେଁ, ବରଂ ପ୍ରଥମ ଗାଁ ଭାବେ ଦେଖୁଛନ୍ତି।
'ଭାଇବ୍ରାଣ୍ଟ ଭିଲେଜେସ୍' ଯୋଜନା ଯୋଗୁଁ ପ୍ରାୟ ୪୦ଟି ଗାଁରୁ ଲୋକଙ୍କ ପଳାୟନ ହ୍ରାସ ପାଇଛି ଓ ଅନେକ ଲୋକ ନିଜ ଗାଁକୁ ଫେରିଛନ୍ତି।
ଉତ୍ତର-ପୂର୍ବାଞ୍ଚଳରେ ସଡ଼କ, ରେଳ ଓ ବିମାନ ଯୋଗାଯୋଗରେ ଉନ୍ନତି ହୋଇଥିବା ଦର୍ଶାଇ ସେ ଶିକ୍ଷା, ରୋଜଗାର, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ବିକାଶର ଆବଶ୍ୟକତା ଉପରେ ମତ ରଖିଥିଲେ।
ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ; ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
