13 SEPTEMBER 2026

Welcome!

Unlock your personalized experience.
Sign Up

Art Gallery: ଚିତ୍ରଶାଳା: କ୍ୟାନ୍‌ଭାସ୍‌ରେ ନୁହେଁ, ମାଟିରେ ରଙ୍ଗ ମାଖନ୍ତି

Sep 13, 2026 - 09:33
Art Gallery: ଚିତ୍ରଶାଳା: କ୍ୟାନ୍‌ଭାସ୍‌ରେ ନୁହେଁ, ମାଟିରେ ରଙ୍ଗ ମାଖନ୍ତି

ଗ୍ରାମୀଣ ପରିବେଶ ଓ ପ୍ରକୃତି ପ୍ରୀତି ହିଁ ଦେଇଛି ତାଙ୍କ କଳାକୁ ପରିଚୟ। ବାଲେଶ୍ୱରଜିଲ୍ଲା ସୋରୋ ଅଞ୍ଚଳର ବାଗୁଡ଼ି ଗାଁର ପୁଅ ସୁଜିତ୍‌ କୁମାର ମଲ୍ଲିକ୍‌ଙ୍କ ସଫଳତାରେ ପୂରା ଗାଁ ଗର୍ବିତ। ଜଣେ ସଫଳ ଚିତ୍ରଶିଳ୍ପୀ ଭାବେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ସୁଜିତ ଖ୍ୟତି ଅର୍ଜନ କରିଛନ୍ତି। ବି. କେ. କଲେଜ୍ ଅଫ୍ ଆର୍ଟସ୍ ଆଣ୍ଡ୍‌ କ୍ରାଫ୍ଟସ୍‌ରୁ ୨୦୦୫ ମସିହାରେ ଫାଇନ୍‌ ଆର୍ଟରେ ସ୍ନାତକ ହାସଲ କରିଥିବା ସୁଜିତଙ୍କ ଲାଗି କଳା କେବଳ କ୍ୟାନ୍‌ଭାସ୍‌ରେ ରଙ୍ଗ ଓ ରେଖାର ସମାହାର ନୁହେଁ; ଏହା ସମାଜ, ପରିବେଶ ଓ ମଣିଷର ଜୀବନକୁ ନେଇ ଏକ ନିରନ୍ତର ସଂଳାପ। ଏହି ଚିନ୍ତାଧାରାକୁ ନିଜ କଳାଚର୍ଚ୍ଚାର ମୁଖ୍ୟ ଆଧାର କରି ଭିନ୍ନ ଏକ ପଥ ତିଆରି କରିଛନ୍ତି ମଲ୍ଟି-ମିଡିଆ ଆର୍ଟିଷ୍ଟ୍‌ ସୁଜିତ୍‌। 

Swayamshree: ମଡେଲିଂ ଜଗତରେ ଚମକୁଛନ୍ତି ସ୍ବୟଂଶ୍ରୀ

ସେ କେବଳ କ୍ୟାନ୍‌ଭାସରେ ନୁ‌ହେଁ; ବରଂ ମାଟି ଉପରେ କିପରି ସବୁଜ ଗଛର ଚିତ୍ର କରାଯାଇପାରେ; ତାହାକୁ ‘ଶାଗୱାଲା’ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ‘ଶାଗୱାଲା’  ସଂଗଠନ ହେଉଛି ତାଙ୍କର ଏପରି ଏକ ସୃଷ୍ଟି; ଯାହା  ମାଧ୍ୟମରେ ସେ ଦୈନନ୍ଦିନ ଜୀବନର ଅତ୍ୟନ୍ତ ସାଧାରଣ ପ୍ରଶ୍ନର ଉତ୍ତର ଖୋଜନ୍ତି।  ଆମେ କ’ଣ ଖାଉଛୁ, ଖାଦ୍ୟ କେଉଁଠାରୁ ଆସୁଛି, ଚାଷ କିପରି ହେଉଛି ଏବଂ ଆମ ଜୀବନଶୈଳୀର ପରିବେଶ ଉପରେ କି ପ୍ରଭାବ ପଡ଼ୁଛି; ଏହାକୁ ନେଇ ଆଲୋଚନା କରନ୍ତି। ଚାଷୀ ଓ ଗ୍ରାହକଙ୍କୁ ସମ୍ପର୍କର ରଜ୍ଜୁରେ ଯୋଡ଼ି ନୈତିକ ଚାଷ ପ୍ରଣାଳୀ ଏବଂ ସଚେତନ ଖାଦ୍ୟକୁ ଉତ୍ସାହିତ କରିବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ଚିତ୍ରଶିଳ୍ପୀ ଭାବେ ସୁଜିତ୍‌ କୁମାରଙ୍କ କଳାକୃତି ସିଓଲ୍ ଆର୍କିଟେକ୍ଚର୍ ବିଏନାଲେ, ଜୁରିଖ୍‌, ବାସେଲ୍, ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଓ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଛି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ବି ତାଙ୍କୁ ପ୍ରଦାନ କରାଯାଇଛି। ଏ ମଧ୍ୟରୁ ୨୦୧୧ର ‘ଇନ୍ଲାକ୍ସ ଫାଇନ୍ ଆର୍ଟ ପୁରସ୍କାର’ ଓ ୨୦୧୨ର ‘ଫିକା ପବ୍ଲିକ୍ ଆର୍ଟ ଗ୍ରାଣ୍ଟ୍‌’ ପୁରସ୍କାର ଅନ୍ୟତମ।
୨୦୨୩ରେ ଅଷ୍ଟ୍ରିଆର ‘ଖୋଲା କ୍ଷେତ୍ର–କଳା ଓ କୃଷି’ କାର୍ଯ୍ୟକ୍ରମ ଓ  ୨୦୨୪ରେ ସ୍ୱିଜର୍‌ଲ୍ୟାଣ୍ଡ୍‌ର ସେଫିଏଣ୍ଟାଲ୍‌ ପରିବେଶ ଦ୍ୱିବାର୍ଷିକ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରି ସୁଜିତ୍‌ କୁମାର ପ୍ରଶଂସିତ ହୋଇଛନ୍ତି।

Boat Accident: ବୁଡ଼ି ଯାଉଥିବା ୧୦ ବାଂଲାଦେଶୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ବିଏସଏଫ ଯବାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)