Arrested: ହତ୍ୟା ମାମଲାର ୨୮ ବର୍ଷ ପୁରୁଣା ଫେରାର ଅଭିଯୁକ୍ତ ରାୟଗଡ଼ରୁ ଗିରଫ

Jul 10, 2026 - 10:35
Arrested: ହତ୍ୟା ମାମଲାର ୨୮ ବର୍ଷ ପୁରୁଣା ଫେରାର ଅଭିଯୁକ୍ତ ରାୟଗଡ଼ରୁ ଗିରଫ

"ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ରେଙ୍ଗାଲି ଥାନା ଅଞ୍ଚଳ ୨୮ ବର୍ଷ ତଳର ଏକ ହତ୍ୟା ମାମଲାର ଫେରାର ଅଭିଯୁକ୍ତକୁ ଶେଷରେ ରେଙ୍ଗାଲି ପୁଲିସ ଗିରଫ କରିଛି।

ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୁନ୍ଦୁପାଲି ଗାଁର ନୀଳମଣି ମହାନନ୍ଦ(୫୧)କୁ ଛତିଶଗଡ଼ର ରାୟଗଡ଼ ସହରରୁ ଗିରଫ କରାଯାଇଛି।Advertisment ଗତ ୧୯୯୮ ମସିହା ଅକ୍ଟୋବର ୯ ତାରିଖ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଥିବା ଦୁର୍ଯ୍ୟୋଧନ ଦୀପଙ୍କୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିଲା।

ଏ ନେଇ ଦୁର୍ଯ୍ୟୋଧନଙ୍କ ପୁଅ ରେଙ୍ଗାଲି ଥାନାରେ ଏତଲା ଦେଇଥିଲେ।

ଏହି ମାମଲାରେ ଭୁନ୍ଦୁପାଲିର ନୀଳମଣି ମହାନନ୍ଦ(୨୩), ରାମ ଖଡ଼ିଆ(୨୩) ଓ ଲେଚି ଓରଫ ବିଶ୍ୱନାଥ କହଁର(୨୩) ମୁଖ୍ୟ ଅଭିଯୁକ୍ତ ଥିଲେ।

ସେମାନେ ଦୁର୍ଯ୍ୟୋଧନଙ୍କୁ ହତ୍ୟାକାରୀ ବସ୍ତାରେ ଭାରି କେଲୋ ନଦୀକୁ ଫିଙ୍ଗି ଦେଇଥିଲେ।

ପୁଲିସ ନୀଳମଣିକୁ ଗିରଫ ମଧ୍ୟ କରିଥିଲା।

କିନ୍ତୁ ସେ ଝାଡ଼ା ଯିବାକୁ କହି ଥାନା ପରିସରରୁ ଫେରାର ହୋଇଯାଇଥିଲା।

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ରାମ ପ୍ରସାଦ ଖଡ଼ିଆ ଓ ଲେଚି କହଁର ଜାମିନରେ ଆସିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।

ନୀଳମଣି ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲା ଘଟଣା ପରଠାରୁ ଫେରାର ଥିବା ନୀଳମଣି ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଲୁଚି ରହିଥିଲା।

ଶେଷରେ ସେ ଛତିଶଗଡ଼ ରାଜ୍ୟର ରାୟଗଡ଼ରେ "ରାଜୁ ଗଣ୍ଡା" ନାଁରେ ନିଜର ପରିଚୟ ତିଆରି କରି ଗତ ୨ ବର୍ଷ ହେବ ରହୁଥିଲା।

ସେଠାରେ ସେ ନକଲି ଆଧାର କାର୍ଡ ମଧ୍ୟ ତିଆରି କରିଥିଲା।

Anupam Kher: "ଶ୍ରୀ ରାମଭୂମି"ରେ ଏହି ଭୂମିକାରେ ନଜର ଆସିବେ ଅନୁପମ ଖେର ରେଙ୍ଗାଲି ପୁଲିସ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ନୀଳମଣିକୁ ରାୟଗଡ଼ରୁ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରିଛି।

୨୮ ବର୍ଷ ପୁରୁଣା ଏହି ଫେରାର ଅଭିଯୁକ୍ତକୁ ଗିରଫ କରିବାରେ ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକ ଓ ସହଯୋଗୀମାନଙ୍କର ଏହି ସଫଳତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।