Minor Girl: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା
"କେନ୍ଦୁଝର: ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି।
ତା ପରେ ହତ୍ୟା ଉଦ୍ୟମ ହୋଇଛି।
ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି।
କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ରାଇଗୋଡ଼ା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
Advertisment ଜୀବନରୁ ମାରିଦେବାକୁ ଉଦ୍ୟମ ଆଜି ନୟାକୋଟ ଥାନା ଅଞ୍ଚଳର ଜଣେ ୬ବର୍ଷୀୟ ନାବାଳିକାକୁ ତାଙ୍କ ସମ୍ପର୍କୀୟ ମାମୁଁ ଟ୍ରକ୍ରେ ଅପହରଣ କରି ରାଇଗୋଡ଼ା ଠାରେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା।
ଦୁଷ୍କର୍ମ ପରେ ନାବାଳିକାକୁ ପଥରରେ ଛେଚି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା।
ଏହି ସମୟରେ ରାସ୍ତାରେ ଯାତାୟତ କରୁଥିବା କିଛି ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରୁ ସମ୍ପୃକ୍ତ ଟ୍ରକ ଡ୍ରାଇଭର ମାମୁଁଙ୍କ କବଳରୁ ନାବାଳିକାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ।
Arrested: ହତ୍ୟା ମାମଲାର ୨୮ ବର୍ଷ ପୁରୁଣା ଫେରାର ଅଭିଯୁକ୍ତ ରାୟଗଡ଼ରୁ ଗିରଫ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଉତ୍ତମ ମାଧ୍ୟମ ଦେବା ପରେ ପୁଲିସକୁ ଜିମା ଦେଇଥିଲେ ଓ ଗୁରୁତର ନାବାଳିକାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ।
ଘଟଣାସ୍ଥଳରେ ଶୁଆକାଟି ଫାଣ୍ଡି ପୁଲିସ ପହଂଚି ଅଭିଯୁକ୍ତକୁ ନେଇ ଥାନାରେ ଅଟକ ରଖିଛି।
ଗୁରୁତର ନାବାଳିକାକୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି।
ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି।
ରାଇଗୋଡା-ରଙ୍ଗଡିହି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।
ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।