Arrested: ଚାକିରିର ପ୍ରଲୋଭନ ଦେଇ ଯୁବତୀ ଚୋରାଚାଲାଣ: ୭ ଜଣଙ୍କୁ ଉଦ୍ଧାର କଲା ପୁଲିସ, ଦୁଇ ଦଲାଲ ଗିରଫ

Jul 02, 2026 - 09:31
Arrested: ଚାକିରିର ପ୍ରଲୋଭନ ଦେଇ ଯୁବତୀ ଚୋରାଚାଲାଣ: ୭ ଜଣଙ୍କୁ ଉଦ୍ଧାର କଲା ପୁଲିସ, ଦୁଇ ଦଲାଲ ଗିରଫ

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ପୁଲିସ ଏକ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି।

ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ବିକ୍ରିକରାଯାଉଥିବା ଭଳି ସଙ୍ଗିନ ଅଭିଯୋଗରେ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ।

ଚଢ଼ାଉ କରି ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବା ଜଣାପଡ଼ିଛି।

ଏନେଇ ଅଭିଯୋଗ ହେବା ପରେ ଘଟଣାକୁ  ଗୁରୁତ୍ୱର ସହ ନେଇ  ଅଡବା ପୁଲିସ ଏକ ଛଅ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରି ହାଇଦ୍ରାବାଦ ପୁଲିସର ସହଯୋଗରେ ସେଠାରେ ଚଢ଼ାଉ କରି  ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକାଓ ଜଣେ ସାବାଳିକା ଥିବା ପୁଲିସ ସୂଚନା ଦେଇଛି।Advertisment ଯୁବତୀମାନଙ୍କୁ ଘରୁ ନେଇ ହାଇଦ୍ରାବାଦ ପଠାଉଥିଲେ ଇଶ୍ୱର କୁସୁଲିଆ ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ନାମକ ଯୁବକ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀମାନଙ୍କୁ ଘରୁ ନେଇ ହାଇଦ୍ରାବାଦ ପଠାଉଥିଲେ।

ସେଠାରେ ସରିତା ଜୈନ୍ ନାମକ ଜଣେ ମହିଳାଙ୍କ ନିକଟରେ ସେମାନଙ୍କୁ ବିକ୍ରି କରାଯାଉଥିଲା।

ସେଠାରେ  ଅଟକ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ଅନୈତିକ କାର୍ଯ୍ୟ କରିବାକୁ  ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଥିଲା ।

ଏହି ମାମଲାରେ ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ସରିତା ଜୈନ୍‌ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ଚୋରାଚାଲାଣ ରାକେଟ ସହ ଆଉ କାହାର  ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଥିବା  ଆର୍.

ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Amarnath Yatra 2026: 'ହର ହର ମହାଦେବ' ଧ୍ୱନି ସହ ଅମରନାଥ ଅଭିମୁଖେ ତୀର୍ଥଯାତ୍ରୀ "