Arrest: ୱାରେଣ୍ଟଧାରୀ ୩ ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ
"ଜୟପୁର: ଫେରାର ଅଭିଯୁକ୍ତ ଓ ୱାରେଣ୍ଟଧାରୀଙ୍କ ବିରୋଧରେ ସଦର ଥାନା ପୁଲିସର ଅଭିଯାନ ଜୋରଦାର ହୋଇଛି।
ଗୁରୁବାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୀର୍ଘଦିନ ଧରି ଫେରାର ଥିବା ୩ ଜଣ ୱାରେଣ୍ଟଧାରୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଉମୁରୀ ଗ୍ରାମର ଡେଭିଡ୍ ନାଗ(୨୧)ଙ୍କ ବିରୋଧରେ ଡକାୟତି ଉଦ୍ୟମ ମାମଲା ରହିଥିଲା।
ସଦର ଥାନାରେ ରୁଜୁ କେଶ୍ ନଂ ୩୬୪/୨୦୨୩ ଆଧାରରେ ଜୟପୁର ଏସ୍ଡିଜେଏମ୍ ଅଦାଲତ ପକ୍ଷରୁ ଜାରି ଜାମିନବିହୀନ ପରୱାନା ବଳରେ ଏଏସ୍ଆଇ ବ୍ୟୋମକେଶ ଧଙ୍ଗଡ଼ାମାଝୀ ତାଙ୍କୁ ଗିରଫ କରିଛନ୍ତି।Advertisment ଆହୁରି ପଢନ୍ତୁ: LOOT: ୮ ଲୁଟେରା ଗିରଫ, ୧୦.୫ ଲକ୍ଷର ସୁନା-ରୂପା ଓ ସାମଗ୍ରୀ ଜବତ ସେହିପରି ପେପର ମିଲ୍ ଲେବର କଲୋନୀର କୁଶରାଜ ଭକ୍ତ(୨୩)ଙ୍କ ବିରୋଧରେ ମହିଳାଙ୍କୁ ନିର୍ଯାତନା ଓ ଅସଦାଚରଣ ଅଭିଯୋଗରେ ୨୦୧୭ରେ ମାମଲା ରୁଜୁ ହୋଇଥିଲା।
ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଅମିୟ ରଞ୍ଜନ ସଗରିଆ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।
ଅନ୍ୟପକ୍ଷରେ ବାଲିଆ ପଞ୍ଚାୟତ ଅନ୍ତର୍ଗତ କୁଣ୍ଟାରଖାଲ ଗ୍ରାମର ଶଙ୍କର ହରିଜନ(୩୬)ଙ୍କ ବିରୋଧରେ ଗାଳିଗୁଲଜ, ମାରପିଟ୍ ଓ ଜୀବନରୁ ମାରିଦେବା ଧମକ ଅଭିଯୋଗରେ ମାମଲା ଚାଲିଥିଲା।
ଏଏସ୍ଆଇ ପଙ୍କଜିନୀ ଶବର ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।
କୋରାପୁଟ ଏସପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ ଓ ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ତତ୍ତ୍ଵାବଧାନରେ ଫେରାର ଅଭିଯୁକ୍ତଙ୍କୁ କାବୁ କରିବା ସହ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
