Arrest: ନାବାଳିକାଙ୍କୁ ୪ ଦିନ ଧରି ଯୌନ ନିର୍ଯାତନା; ୨୧ ଗିରଫ
"ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଜଣେ ୧୧ ବର୍ଷ ୧୧ ମାସ ବୟସର ନାବାଳିକା ନିଖୋଜ ହେବା ପରେ ତାଙ୍କୁ ୪ ଦିନ ଧରି ବିଭିନ୍ନ ହୋଟେଲରେ ରଖି ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ୨ରୁ ୩ ଜଣ ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି।
ମାମଲାର ତଦନ୍ତ ଜାରି ରହିଛି।
ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ୪ଟି ହୋଟେଲ ଭଙ୍ଗାଯାଇଛି।Advertisment ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଜୁନ୍ ୧୮ ତାରିଖ ରାତିରେ ନାବାଳିକା ନିଖୋଜ ହୋଇଥିଲେ।
ସେ ପୂର୍ବରୁ ଇନ୍ଷ୍ଟାଗ୍ରାମ୍ରେ ଶ୍ରୀଗଙ୍ଗାନଗରର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ।
ସେହି ଯୁବକଙ୍କୁ ଭେଟିବା ପାଇଁ ସେ ବିଜୟନଗର ଯାଇଥିଲେ।
ଭେଟିବା ପରେ ରାତିରେ ବସ୍ଷ୍ଟାଣ୍ଡକୁ ଫେରି ଏକ ବ୍ୟାଟେରିଚାଳିତ ଅଟୋରେ ବସିଥିଲେ।
ଅଭିଯୋଗ ଅନୁସାରେ, ଅଟୋ ଚାଳକ ତାଙ୍କୁ ପ୍ରଲୋଭିତ କରି ଏକ ହୋଟେଲକୁ ନେଇଥିଲା।
ସେଠାରୁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା।
ସୁନ୍ଦରଗଡ଼: ଆଭାଗୃହରୁ ଗଣଦୁଷ୍କର୍ମ ପୀଡିତା ସମେତ ୪ ନାବାଳିକା ନିଖୋଜ ପୁଲିସ କହିଛି, ପରବର୍ତ୍ତୀ ୪ ଦିନ ଧରି ନାବାଳିକାଙ୍କୁ ବିଭିନ୍ନ ହୋଟେଲକୁ ନିଆଯାଇଥିଲା।
ଅଭିଯୁକ୍ତମାନେ ତାଙ୍କୁ ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ଟଙ୍କା ବଦଳରେ ପଠାଉଥିଲେ।
ତଦନ୍ତରୁ ଜଣାପଡ଼ିଛି, କଥିତ "ଗ୍ରାହକ"ଙ୍କୁ ଦେଖି ହୋଟେଲ ପକ୍ଷରୁ ୧,୦୦୦ରୁ ୧,୮୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା।
ଜୁନ୍ ୨୨ ତାରିଖରେ ଶ୍ରୀଗଙ୍ଗାନଗର ପୁଲିସ ଏକ ହୋଟେଲରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା।
ପରେ ହୋଇଥିବା ଡାକ୍ତରୀ ପରୀକ୍ଷାରେ ଯୌନ ନିର୍ଯାତନାର ପ୍ରମାଣ ମିଳିଥିବା ପୁଲିସ କହିଛି।
ଘଟଣାରେ ଜଡ଼ିତ ୨୧ ଜଣଙ୍କୁ ଗିରଫ କରାଯାଇଛି।
ଅବଶିଷ୍ଟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।
ତଦନ୍ତ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ନାବାଳିକାଙ୍କ ବୟସ କମ୍ ଥିବାରୁ ସେ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ, ତାହା ସ୍ପଷ୍ଟ ଭାବେ କହିପାରୁନାହାନ୍ତି।
ଏଫ୍ଆଇଆର୍ରେ ୧୨ ଜଣଙ୍କ ଉଲ୍ଲେଖ ଥିବାବେଳେ ପୁଲିସ ସମ୍ମୁଖରେ ଦିଆଯାଇଥିବା ବୟାନରେ ୧୧ ଜଣ ଏବଂ ଅଦାଲତରେ ୧୬ ଜଣଙ୍କ କଥା କହିଛନ୍ତି।
ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ୪ଟି ହୋଟେଲ ଭଙ୍ଗାଯାଇଛି।
ସେଥିମଧ୍ୟରୁ ୩ଟି ହୋଟେଲରେ ନାବାଳିକାଙ୍କୁ ଜୁନ୍ ୧୮ରୁ ୨୨ ମଧ୍ୟରେ ରଖାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ପୁଲିସ କହିଛି, ମାମଲାର ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଫେରାର ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।