Arrest: ଚୋରି କରିବାର ୪ମାସ ପରେ ଗିରଫ ହେଲା ଚୋର, ସୁନା ଜବତ

Jul 10, 2026 - 19:24
Arrest: ଚୋରି କରିବାର ୪ମାସ ପରେ ଗିରଫ ହେଲା ଚୋର, ସୁନା ଜବତ

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସ୍ଥିତ କେନାଲ କଲୋନିରେ ବାସ କରୁଥିବା ପଦ୍ମାବତୀ ଜେନାଙ୍କର ଘରୁ ଗତ ଫେବ୍ରୁୟାରି ୨୪ ତାରିଖରେ ସୁନା ଅଳଙ୍କାର, ମୁଦି, ଚୁଡ଼ି ଇତ୍ୟାଦି ସହ ନଗଦ ଟଙ୍କା ଚୋରି କରି ନେଇଥିବା ମାଲକାନଗିରି ଥାନାରେ ଏତଲା ହୋଇଥିଲା।

ଏତଲାକୁ ଭିତ୍ତି କରି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।

ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ କରି ଚୋରକୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆଜି ରବି ଭତ୍ରାକୁ ଗିରଫ କରାଯାଇଛି।

ରବି ଭତ୍ରାର ଘର ବାଲିସାଗର ନିକଟରେ ବୋଲି ଜଣାପଡିଛି।Advertisment ଜେଲରୁ ମୁକୁଳିଥିବା ଅଜୟ ବିଷୋୟୀକୁ ଧରି ପୁଲିସ ପଚରାଉଚରା କରିବା ପରେ ସବୁ ପର୍ଦାଫାସ ହୋଇଥିଲା।

ବ୍ଲକ କଲୋନିରେ ମଧ୍ୟ ହୋଇଥିବା ଚୋରି ଘଟଣାରେ ଅଜୟ ବିଷୋୟୀ ନିଜେ ସଂପୃକ୍ତ ଥିବା ପୁଲିସ ନିକଟରେ ସ୍ବୀକାର କରିଛି।

ଅଜୟ ସମସ୍ତ ସୁନା ଓ ଟଂକା ଚୋରି କରି ଗୋଟିଏ ଜାଗାରେ ମାଟି ତଳେ ଖୋଳି ପୋତି ଦେଇଥିଲା।

ପରବର୍ତ୍ତୀ ସମୟରେ ତାକୁ ନେଇ ସେ ବିକ୍ରି କରିଥାନ୍ତା।

Donation Scam: ରାମ ମନ୍ଦିରରୁ ଚୋରି ଦାନ ଅର୍ଥ ଷ୍ଟକ୍ ମାର୍କେଟରେ ନିବେଶ: ୩୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ ତେବେ ସୁନାକୁ କାଢି ସେ ରବି ଭତ୍ରାକୁ ଦେଇଥିଲା।

ରବି ସେହି ସୁନାକୁ ବିକ୍ରି କରିଥିଲା।

ପୁଲିସ ସବୁ ତଦନ୍ତ ପରେ ରବିକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ରବି ନାମରେ ୬ଟି କେଶ ରହିଥିବା ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।