Arrest: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋଁ ସ୍ପେନରେ ଅଟକ; ପ୍ରତ୍ୟର୍ପଣ କରିବ ଭାରତ

ଚଣ୍ଡୀଗଡ଼: ପଞ୍ଜାବ ପୁଲିସର ଗ୍ୟାଙ୍ଗଷ୍ଟର ନିରୋଧୀ ଟାସ୍କଫୋର୍ସର ସୂଚନା ଆଧାରରେ ସ୍ପେନର ମାଡ୍ରିଡଠାରେ ସୁରକ୍ଷା ଏଜେନ୍ସି ବିଦେଶରେ ଥିବା ଭାରତୀୟ ଗ୍ୟାଙ୍ଗଷ୍ଟର ଗୁରପ୍ରୀତ ସିଂହ ଓରଫ ଗୋଲ୍ଡ ଧିଲୋଁକୁ ଅଟକ ରଖିଛି। ଚଣ୍ଡିଗଡ଼ ସେକ୍ଟର ୧୧ରେ ଏକ ଫାର୍ମାସୀର କ୍ୟାସିୟରଙ୍କୁ ଦିନ ଦ୍ବିପହରରେ ହତ୍ୟା କରାଯିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।
ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ନୀନା ମିତ୍ତଲଙ୍କୁ ଧମକ ଓ କାନାଡାରେ ଅନେକ ଗୁଳିକାଣ୍ଡ ଘଟଣାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ପଞ୍ଜାବ ପୁଲିସ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ଚଣ୍ଡୀଗଡ଼ ପୁଲିସ ଦ୍ୱାରା ସମନ୍ୱିତ ଏକ ଅନ୍ତର୍ଜାତୀୟ ଅଭିଯାନ ପରେ ସ୍ପେନ କର୍ତ୍ତୃପକ୍ଷ ଧିଲୋଁଙ୍କୁ ଗିରଫ କରି ହେପାଜତକୁ ନେଇଥିଲେ। ଧିଲୋଁଙ୍କୁ ଅଟକ ରଖାଯିବା ପୂର୍ବରୁ ବିଦେଶରେ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
Gangster's car: ଚୌଦ୍ବାର ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟର୍ଙ୍କ ଗାଡ଼ି: ଅଧୀକ୍ଷକଙ୍କୁ କୈଫିୟତ ତଲବ
ଅଧିକାରୀମାନେ କହିଛନ୍ତି ଯେ, ଭାରତୀୟ ଏଜେନ୍ସିଗୁଡ଼ିକ କୂଟନୈତିକ ଓ ଆଇନଗତ ଉପାୟରେ ଧିଲୋଁର ନିର୍ବାସନ କିମ୍ବା ପ୍ରତ୍ୟର୍ପଣ ପାଇଁ ପ୍ରୟାସ କରୁଥିବାବେଳେ ସ୍ପେନ କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଆତଙ୍କବାଦୀ ଘୋଷିତ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ୍ ସିଂହ ଓରଫ୍ ଗୋଲ୍ଡି ବ୍ରାର୍ର ଧିଲୋଁ ଜଣେ ଘନିଷ୍ଠ ସହଯୋଗୀ। ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଓ ଗୁଳିଚାଳନା ମାମଲାରେ ବ୍ରାର୍ ସହିତ ଧିଲୋଁ ମୁଖ୍ୟ ଷଡ୍ଯନ୍ତ୍ରକାରୀ ଭାବେ ଏନ୍ଆଇଏ ଚାର୍ଜସିଟରେ ସ୍ଥାନ ପାଇଥିଲା। ୨୦୨୨ରେ ଧିଲୋଁ ଭାରତରୁ ଫେରାର୍ ହୋଇଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଓ ଦିଲ୍ଲୀ-ଏନ୍ସିଆର୍ରେ ତା’ର ନେଟୱର୍କ ମଜଭୁତ କରିଥିଲା।