Armed Robbery Attempt in Broad Daylight: ଦିନ ଦ୍ୱିପ୍ରହରରେ ଲୁଟ ଉଦ୍ୟମ; ଘରେ ପଶି ବନ୍ଧୁକ ଦେଖାଇ କରିଥିଲେ ଲୁଟ ଉଦ୍ୟମ

Jul 07, 2026 - 19:44
Armed Robbery Attempt in Broad Daylight: ଦିନ ଦ୍ୱିପ୍ରହରରେ ଲୁଟ ଉଦ୍ୟମ; ଘରେ ପଶି ବନ୍ଧୁକ ଦେଖାଇ କରିଥିଲେ ଲୁଟ ଉଦ୍ୟମ

ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ। ଘରେ ପଶିଲେ ଗାଡି ଭଡା ମିଳିବ କି ପଚାରି ମହିଳାଙ୍କ ମୁହଁକୁ ମାଡି ବସି ବନ୍ଧୁକ ଦେଖାଇଲେ। ମହିଳା ପାଟି କରିବାରୁ ଧାଇଁ ଆସିଥିଲେ ପଡ଼ୋଶୀ। ପଡୋଶୀ ମହିଳାଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ। ପାରାଦୀପ ଉଦୟବିହାର ଅଂଚଳରେ ଘଟିଛି ଏ ଲୁଟ। 

ଘଟଣାସ୍ଥଳରେ ଛାଡ଼ିଦେଇ ଗଲେ ଧାରୁଆ କଟୁରୀ, ହେଲମେଟ, ଗାମୁଛା ଓ ବ୍ୟାଗ। ମଧ୍ୟାହ୍ନ ସମୟର ଏ ଘଟଣା। ଏକ ବାଇକରେ ଦୁଇ ଜଣ ଦୃର୍ବୁତ୍ତ ଆସି ଉଦୟ ବିହାର କଲୋନୀରେ ଜଣେ ଭଡାଟିଆଙ୍କ ଘରେ ପଶିଥିଲେ। ଘରେ ମହିଳା ଏକୁଟିଆ ଥିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ତୁମର ଗାଡି ଭଡା ଦେଉଛ କି ବୋଲି ପଚାରିଥିଲେ। ସିସିଟିଭି ଯାଞ୍ଚ ସହ ପାରାଦୀପ ଲକ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

  • ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ
  • ପାରାଦୀପ ଉଦୟବିହାର ଅଂଚଳରେ ଲୁଟ୍ ଉଦ୍ୟମ
  • ଘରେ ପଶି ବନ୍ଧୁକ ଦେଖାଇ କରିଥିଲେ ଲୁଟ ଉଦ୍ୟମ
  • ପଡ଼ୋଶୀ ମହିଳା ପାଟି କରିବାକୁ ଘଟଣାସ୍ଥଳରୁ ଲୁଟେରା ଫେରାର
  • ଛାଡ଼ିଗଲେ କଟୁରୀ, ହେଲମେଟ୍, ଗାମୁଛା ଓ ବ୍ୟାଗ୍
  • ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ
  • ଘଟଣାର ତଦନ୍ତ କରୁଛି ଲକ୍ ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।