Armed Robbers ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌

Jul 14, 2026 - 19:03
Armed Robbers ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌

"ବନ୍ତ (ରମେଶ ଚନ୍ଦ୍ର ପତି): ଗତକାଲି (ସୋମବାର) ରାତିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଗଣିଜାଙ୍ଗ ପଞ୍ଚାୟତ ତାରିଣୀ ଛକରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି।

ଦୁର୍ବୃତ୍ତମାନେ ଘରେ ପଶି ଘରମାଲିକଙ୍କ ପୁଅ ମୁଣ୍ଡରେ ବନ୍ଧୁକ ରଖି ଘରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସୁନାଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।

Advertisment Arrest: ଲୁଟ୍‌ ଯୋଜନା ବିଫଳ; ୩ ଆନ୍ତଃରାଜ୍ୟ ଡକାୟତ ଗିରଫ ପଞ୍ଚାନାନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୮.୪୫ ମିନିଟରେ ୮ଜଣ ମୁଖାଧାରୀ  ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ।

ସେମାନଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

ପରିବାରର ସମସ୍ତ ଲୋକଙ୍କୁ ଗୋଟେ ଘରେ ବନ୍ଦ କରିଦେଇଥିଲେ।

ଏହାପରେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ପଳାଇଥିଲେ।

ଗଲାବେଳେ ତାଙ୍କ  ଘରେ ଲାଗିଥିବା ସିସି କ୍ୟାମେରାର ହାର୍ଡଡିସ୍କ ନେଇଯାଇଛନ୍ତି।

Loot case ଠିକାଦାରଙ୍କୁ ମାଡ଼ ମାରି କାର୍‌ ଲୁଟ୍‌ ମାମଲା: ୩ ନାବାଳକ ସମେତ ୬ ଗିରଫ ପରିବାର ଲୋକଙ୍କ କହିବା ଅନୁଯାୟୀ, ଟଙ୍କା ଓ ସୁନା ମିଶିକି ପ୍ରାୟ ୧ କୋଟି ଟଙ୍କା ହେବ ।

ଦୁର୍ବୃତ୍ତମାନଙ୍କ ଏଭଳି ଦୁଃସାହସିକ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ  ଆତଙ୍କ ଖେଳିଯାଇଛି।

ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।