Armed Police Flag March କଣାସରେ ସଶସ୍ତ୍ର ପୁଲିସର ଫ୍ଲାଗମାର୍ଚ୍ଚ

Oct 19, 2026 - 21:20
Armed Police Flag March କଣାସରେ ସଶସ୍ତ୍ର ପୁଲିସର ଫ୍ଲାଗମାର୍ଚ୍ଚ

"କଣାସ (ବିରଞ୍ଚି ପଣ୍ଡା): ସମ୍ବେଦନଶୀଳ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ କଣାସ ବ୍ଲକରେ ପୂଜାଭିଡ଼ ଓ ଅପରାଧୀଙ୍କ ସମ୍ଭାବ୍ୟ ଗତିବିଧିକୁ ନିୟନ୍ତ୍ରଣ କରିବାକୁ ଆଜି କଣାସ ପୁଲିସ ପକ୍ଷରୁ ସଶସ୍ତ୍ର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

Advertisment ଦିନକ ପରେ ବଡ଼ଦିନ: ଘୁମୁସର ଉଦୟଗିରିରେ ପର୍ବ ପାଳନ ପୂର୍ବରୁ ଫ୍ଲାଗ୍‌ ମାର୍ଚ୍ଚ କଲା ପୁଲିସ୍‌ ପୁରୀ କଣାସ ବ୍ଲକର ବିଭିନ୍ନ ସ୍ଥାନରେ ପାର୍ବଣ ଋତୁ ପାଇଁ ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି।

ବିଭିନ୍ନ ବଜାର ଯଥା - କଣାସ, ଜଂକିଆ ଗଡ଼ସାହି, ବିଜିପୁର, ମନ୍ଦାରବସ୍ଥ ବଜାରର ସ୍ଥାନରେ ଦଶହରା ପର୍ବ ପାଇଁ ପୂଜା ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି।

Dead: ରାସ୍ତାକଡ଼ରୁ ପୁଲିସ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟପୂଜା ମଣ୍ଡପରେ କିପରି ଭିଡ଼ ନିୟନ୍ତ୍ରଣ ହେବ, ଟ୍ରାଫିକ ନିୟମକୁ ଶୃଙ୍ଖଳାର ସହ ପାଳନ କରାଯିବ ସହିତ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ, ସେଥିପାଇଁ କଣାସ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଏନେଇ ସୂଚନା ଦେଇ ଶ୍ରୀପ୍ରଧାନ କହିଛନ୍ତି, ପୁରୀ ଜିଲ୍ଲା ଏସପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ କଣାସ ଥାନାର କର୍ମଚାରୀଙ୍କ ସହ ଏକପ୍ଲାଟୁନ ସଶସ୍ତ୍ର ଫୋର୍ସକୁ ନେଇ ବିଭିନ୍ନ ଛକ ଓ ବଜାରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)