Armed Gang: ହାଇତିର କେନସ୍କୋଫ୍‌ରେ ସଶସ୍ତ୍ର ଗ୍ୟାଙ୍ଗ୍ ଆକ୍ରମଣ: ୪୭ ମୃତ, ୨୨ ଆହତ

Aug 25, 2026 - 11:20
Armed Gang: ହାଇତିର କେନସ୍କୋଫ୍‌ରେ ସଶସ୍ତ୍ର ଗ୍ୟାଙ୍ଗ୍ ଆକ୍ରମଣ: ୪୭ ମୃତ, ୨୨ ଆହତ

"ପୋର୍ଟ-ଓ-ପ୍ରିନ୍ସ,: ହାଇତିର ରାଜଧାନୀ ପୋର୍ଟ-ଓ-ପ୍ରିନ୍ସର ଉପକଣ୍ଠରେ ଥିବା କେନସ୍କୋଫ୍‌ରେ ଏକ ସଶସ୍ତ୍ର ଗ୍ୟାଙ୍ଗ୍ ଦ୍ୱାରା ରାତିସାରା ହୋଇଥିବା ଆକ୍ରମଣରେ୪୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି।

ହାଇତିରେ ଥିବା ଜାତିସଂଘର ସମନ୍ୱିତ କାର୍ଯ୍ୟାଳୟ ଏନେଇ ସୂଚନା ପ୍ରଦାନ କରିଛି।

କେନସ୍କୋଫ୍‌ର ପାହାଡିଆ ସମ୍ପ୍ରଦାୟ ଗତ ବର୍ଷଠାରୁ ସଶସ୍ତ୍ର ଦଳ ଦ୍ୱାରା ପ୍ରାୟ ୧୨ ଥର ଆକ୍ରମଣର ଶିକାର ହୋଇଛନ୍ତି।

ଯାହା ଫଳରେ ହଜାର ହଜାର ଲୋକ ସେମାନଙ୍କ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି।Advertisment ସ୍ଥାନୀୟ ପୁଲିସ ମୁଖ୍ୟଙ୍କ ଇସ୍ତଫା ଦେବାକୁ ଦାବି ସରକାର ପୁଲିସ ବିଭାଗକୁ ସୁଦୃଢ଼ ​​କରିଥିବା ସତ୍ତ୍ୱେ, ବିଭିନ୍ନ ଗ୍ୟାଙ୍ଗ୍ ବର୍ଷ ବର୍ଷ ଧରି ହାଇତିର ରାଜଧାନୀ ଉପରେ ସେମାନଙ୍କର ପ୍ରଭାବକୁ ସୁଦୃଢ଼ ​​କରିଛନ୍ତି ଏବଂ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ନିଜର କ୍ଷମତା ବିସ୍ତାର କରିବାରେ ଲାଗିଛନ୍ତି।

ବାସିନ୍ଦାମାନେ ସ୍ଥାନୀୟ ପୁଲିସ ମୁଖ୍ୟଙ୍କ ଇସ୍ତଫା ଦେବାକୁ ଦାବି କରିଛନ୍ତି।

ସେମାନଙ୍କ ଅନୁସାରେ ପୁଲିସ ଷ୍ଟେସନରୁ ମାତ୍ର କିଛି ଦୂରରେ ନରସଂହାର ରାତିସାରା ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି।

ଜାତିସଂଘର ଆକଳନ ଅନୁଯାୟୀ, ୨୦୨୫ ମସିହାର ପ୍ରାରମ୍ଭରେ ଦୁଇ ମାସ ଧରି କେନସ୍କୋଫରେ ହୋଇଥିବା ଆକ୍ରମଣରେ ୨୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦୦ ଘର ନଷ୍ଟ ହୋଇଯାଇଥିଲା ।

ଯାହା ଫଳରେ ୩ ହଜାରରୁ ଅଧିକ ଲୋକ ନିଜ ଘର ଛାଡି ପଳାୟନ କରିଥିଲେ।

Not An iPhone: ଆଇଫୋନ୍ ନୁହେଁ ବାପା-ମା''ଙ୍କ ବିବାଦ ଦୂର କରିବାକୁ ଚାହୁଁଥିଲେ ୧୯ ବର୍ଷୀୟ କୁନାଲ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)