Arjun Singh: ‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ’
କୋଲକାତା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ବାଂଲାଦେଶ ଦଖଲ କରିବାର ଧମକ ଦେଇଛନ୍ତି ପଶ୍ଚିମବଙ୍ଗର ବିଜେପି ମନ୍ତ୍ରୀ ଅର୍ଜୁନ ସିଂହ।
ଆସନ୍ତା ଡିସେମ୍ବର ୧୬ ତାରିଖ ସୁଦ୍ଧା ବାଂଲାଦେଶକୁ ଦଖଲ କରିନେବୁ ବୋଲି ସେ କହିଛନ୍ତି।
ମଙ୍ଗଳବାର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭାଟପଡ଼ାଠାରେ ରାସ ପୂର୍ଣ୍ଣିମା ଅବସରରେ ଗଙ୍ଗା ଆରତି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମ୍ବାଦିକମାନଙ୍କୁ ସେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
Advertisment ଅର୍ଜୁନ ସିଂହ କହିଛନ୍ତି, ଡିସେମ୍ବର ୧୬ ସୁଦ୍ଧା ଆମେ ବାଂଲାଦେଶକୁ ଦଖଲ କରିନେବୁ।
ଆଉ ନୁହେଁ, ବାଂଲାଦେଶ ପ୍ରତି ଆଉ କୌଣସି ଛାଡ଼ ଦିଆଯାଇପାରିବ ନାହିଁ।
ସେଠାରେ ହିନ୍ଦୁମାନଙ୍କୁ ଯେପରି ହତ୍ୟା କରାଯାଇଛି, ତାହାର ପ୍ରତିଶୋଧ ନିଶ୍ଚିତ ନିଆଯିବ।
ତାଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ବାଂଲାଦେଶ ପାଇଁ ଡିସେମ୍ବର ୧୬ ଏକ ଐତିହାସିକ ଦିନ।
୧୯୭୧ ମସିହାରେ ଏହି ଦିନ ପାକିସ୍ତାନୀ ସେନା ଢାକାରେ ଭାରତୀୟ ସେନା ଓ ମୁକ୍ତିବାହିନୀ ନିକଟରେ ଆତ୍ମସମର୍ପଣ କରିଥିଲା।
ଏହି ଦିନକୁ ବାଂଲାଦେଶ ବିଜୟ ଦିବସ ଭାବେ ପାଳନ କରେ।
ଏଥର ଏହି ତାରିଖକୁ ନେଇ ଆଉ ଏକ ରାଜନୈତିକ ଘଟଣା ଚର୍ଚ୍ଚାକୁ ଆସିଛି।
ବାଂଲାଦେଶରୁ କ୍ଷମତାଚ୍ୟୁତ ହୋଇ ଭାରତରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଡିସେମ୍ବର ୧୬ରେ ଢାକା ଫେରିବାକୁ ଯୋଜନା କରିଥିବା ତାଙ୍କ ମୁଖପାତ୍ର କହିଛନ୍ତି।
Sheikh Hasina: ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନେଇ ବାଂଲାଦେଶ ମନ୍ତ୍ରୀଙ୍କ ଚେତାବନୀ ୨୦୨୪ ଅଗଷ୍ଟ ୫ରେ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନା ବାଂଲାଦେଶ ଛାଡ଼ି ଭାରତ ଆସିଥିଲେ।
୨୦୦୯ରୁ ଦୀର୍ଘ ୧୫ ବର୍ଷ ଧରି ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ।
ତାଙ୍କ ଅନୁପସ୍ଥିତିରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ତାଙ୍କୁ ମାନବତା ବିରୋଧୀ ଅପରାଧ ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛି।
ହସିନା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଢାକା ଭାରତକୁ ଅନୁରୋଧ କରିଆସୁଛି।
ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର କହିଛନ୍ତି, ହସିନା ଫେରିଲେ ତାଙ୍କୁ ଗିରଫ କରାଯିବ ଏବଂ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ।
ଭାରତ ସରକାରଙ୍କ ଅନୁଯାୟୀ, ୨୦୨୪ ଅଗଷ୍ଟରୁ ୨୦୨୬ ଫେବ୍ରୁଆରି ମଧ୍ୟରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ପ୍ରାୟ ୩,୧୦୦ଟି ହିଂସା ଘଟଣା ଘଟିଥିବା ବିଭିନ୍ନ ମାନବାଧିକାର ସଂଗଠନର ତଥ୍ୟରୁ ଜଣାପଡ଼ିଛି।
ଏହି ଘଟଣାଗୁଡ଼ିକର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଭାରତ ବାଂଲାଦେଶ ସରକାରଙ୍କୁ କହିଆସୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
