Approach Road Caves In ଦବିଗଲା ଜାତୀୟ ରାଜପଥ-୧୬ର ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍
"ଭଦ୍ରକ (ହରିହର ନାୟକ): ଭଦ୍ରକର ଜାତୀୟ ରାଜପଥ-୧୬ର ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ମାତ୍ର ଛଅ ମାସ ମଧ୍ୟରେ ଧସିଯାଇଛି।
ଏହି ରାସ୍ତା ଦେଇ ଚଳାଚଳ କରୁଥିବା ହଜାର ହଜାର ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଭାରୀ ଯାନବାହନ ଚଳପ୍ରଚଳ କରୁଥିବାରୁ ଧନଜୀବନ ପ୍ରତି ବିପଦ ଆଶଙ୍କା ରହିଛି।
Advertisment Protest in Bhadrak ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବାମଦଳ ପକ୍ଷରୁ ପ୍ରତିବାଦ ସୂଚନା ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଏକ ଟିମ୍ ଦବିଯାଇଥିବା ସ୍ଥାନ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ।
ବର୍ତ୍ତମାନ ଯାତାୟାତକୁ ଏକ ବିକଳ୍ପ ବାଇପାସ୍ ରାସ୍ତା ଦେଇ ଚଳାଚଳ କରାଯାଉଛି।
ବର୍ଷା ଓ ସଙ୍ଗୀର୍ଣ୍ଣ ରାସ୍ତା ଯୋଗୁଁ ଟ୍ରାଫିକ୍ ଜାମ୍, ଯାତାୟାତରେ ବିଳମ୍ବ ଏବଂ ସାଧାରଣ ଲୋକଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
Protest in Bhadrak ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବାମଦଳ ପକ୍ଷରୁ ପ୍ରତିବାଦ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ କହିଛନ୍ତି, ଏହି ଘଟଣାକୁ ଦୃଷ୍ଟିରେ ରଖି ସେତୁ, ଆପ୍ରୋଚ୍ ରୋଡ୍ର ନିର୍ମାଣ କାର୍ଯ୍ୟର ଏକ ସ୍ୱାଧୀନ ଓ ବୈଷୟିକ ତଦନ୍ତ କରାଯିବା, ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ ସଂସ୍ଥା ଓ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ସମ୍ପନ୍ନ କରି ସାଧାରଣ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସୁଗମ ଯାତାୟାତ ବ୍ୟବସ୍ଥା ପୁନଃସ୍ଥାପନ କରିବା ଅତ୍ୟନ୍ତ ଜରୁରୀ ବୋଲି ଦାବି କରିଛନ୍ତି ।ଦବି ଯିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।
ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା ସତ୍ତ୍ୱେ ସେତୁ ଓ ଏହାର ଆପ୍ରୋଚ୍ ରୋଡ୍ର ନିର୍ମାଣ ନିମ୍ନମାନର ହୋଇଥିବା ପରି ମନେହେଉଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।