Rath Yatra In Balangir: ବର୍ଷାରେ ଭିଜିଭିଜି ଦର୍ଶନ ଦେଲେ ଚକାଆଖି

Jul 16, 2026 - 18:55
Rath Yatra In Balangir: ବର୍ଷାରେ ଭିଜିଭିଜି ଦର୍ଶନ ଦେଲେ ଚକାଆଖି

"ଗୁଡ଼ଭେଲା/ଦେଓଗାଁ/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ପବିତ୍ର ରଥଯାତ୍ରା ଆୟୋଜନ ହୋଇଛି।

ବର୍ଷା ହୋଇଥିଲେ ମଧ୍ଯ ଗାଁଠୁ ସହର ପର୍ଯ୍ୟନ୍ତ ସବ୍ରର୍ତ ରଥଯାତ୍ରା ପାଇଁ ଲୋକେ ଉତ୍ସାହିତ ଥିଲେ।

ଗୁଡ଼ଭେଳାରେ ଗାଁ ଗଉନ୍ତିଆ ଛେରାପହରା କରିବା ପରେ ରଥା ରୁଢ଼ ହୋଇଥିଲେ ମହାବାହୁ।

ପୂଜକ ଦାୟିତ୍ୱରେ ଫକୀର ଷଡ଼ଙ୍ଗୀ ଦାମୋଦର ଷଡ଼ଙ୍ଗୀ ରହିଥିବା ବେଳେ ସେବାୟତ ଭାବେ ଘନଶ୍ୟାମ ପ୍ରଧାନୀ ,ଶଢା ନନ ପ୍ରଧାନୀ, ଚମରା ଭୋଇ ଦାମୋଦର ଷଡ଼ଙ୍ଗୀ, ଲୋକନାଥ ମହାପାତ୍ର, ଚୂଲେଶ୍ୱର ବାଗ, ସନ୍ତୋଷ ଦାସ ରହିଥିଲେ।

ସେହିପରି ତୁଷୁରାରେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବର୍ଷା ସତ୍ତ୍ବେ ପ୍ରବଳ ଜନ ସମାଗମ ହୋଇଥିଲା।

ତେବେ ଜାମୁଟ, ଦେଉଳଗୁଡ଼ି, ଡୁଙ୍ଗୁରିପାଲି, ଡ଼ାହିମାଲ, ସମରା, ଖର୍ଡା , ଭୁଆ ପଡ଼ା , ଡୁଙ୍ଗିବାହାଲ ଠାରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।Advertisment ଦେଓଗାଁରେ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଦେଓଗାଁ ଜଗନ୍ନାଥ ମନ୍ଦିର ପୂଜକ ପ୍ରଦ୍ୟୁନ ପାଣିଗ୍ରାହୀ ପୂଜା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଗନ୍ତିଆ ସାଧୁ ଚରଣ ସାହୁ ଛେରା ପହରା କରିଥିବା ବେଲ ଶ୍ରୀକାନ୍ତ ସାହୁ ସେବା କାର୍ଯ୍ୟ ତୁଲାଇଥିଲେ।

ସେହିପରି ସାଲେପାଲି, ଜରା ସିଂହା, ଅଡ଼ା, ଶିକୁଆ, ବଡ଼ବନ୍ଧ, ସିଲେଟ କାନି, ମୁର୍ସିଂହ, କୁତୁର୍ଲା, କୁରୁଆ ଝର, କନକ ପୁର ଦେଷଣ୍ଡ, ଦୁମେରଜୋର, ଲଣ୍ଡାପଥର, ଧଣ୍ଡାମାଳ, ସାରସମାଲ, ତାଲ ପାଲି, ଡୁମେରପିଟା, ଗମ୍ଭରିମାଲ, ଗୌଡ ଗୋଠ, ବଡ଼ବାହାଲ, ଉପରଝର, ମହଳାଇ, ବଗଡ଼ା, ନୁଆପାଲି, ରତନ ପୁର ଠାରେ ମଧ୍ୟ ଝିପି ଝିପି ବର୍ଷା ରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତେବେ ବର୍ଷା ହେଉଥିଲେ ବି ଭକ୍ତ ବିଭୋର ହୋଇ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା।

ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗାଁରେ ରଥଯାତ୍ରା ପାଳିତ ହୋଇଛି।

ତିନି ଠାକୁରଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା ପରେ ରଥ ଟାଣି ମାଉସୀ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା ପୂଜକ ବଶିଷ୍ଠ ମିଶ୍ର, ବ୍ୟାସଦେବ ମିଶ୍ର ପୂଜା ଅର୍ଚ୍ଚନା କରିଥିଲେ ଗୋନ୍ତିଆ ଉତ୍ତମ ବରିହା ଛେରାପହଁରା କରିଥିଲେ କମିଟିର ଅମୂଲ୍ୟ ଭୋଇ, ପଞ୍ଚାନନ ସାହୁ, କ୍ଷୀରୋଦ ପଧାନ, ବୈଦ୍ୟନାଥ ମିଶ୍ର,ଓଁକାର ମିଶ୍ର, କମଳା ପତି ମିଶ୍ର, କିଷନ ମିଶ୍ର, ଶିବମ୍ ମିଶ୍ର, ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

ଖପ୍ରାଖୋଲ, ହରିଶଙ୍କର, କପସିପାଲି ଓ ମାଲପଡା ଗାଁରେ ମଧ୍ୟ ରଥଯାତ୍ରା ପାଳିତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।