Anugol: ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଅନୁଗୋଳ ବନ୍ଦ, ଜନଜୀବନ ପ୍ରଭାବିତ
"ଅନୁଗୋଳ: କୋଇଲା ପରିବହନ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଓ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା କୋଶଳାର ଆନ୍ଦୋଳନକାରୀଙ୍କ ମାମଲା ପ୍ରତ୍ୟାହାର ଦାବିରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି l ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଏହି ବନ୍ଦ ପାଳନ କରାଯାଉଛି।
୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ସମଗ୍ର ଅନୁଗୋଳ ଜିଲ୍ଲାରେ ପଡିଥିବା ଦେଖିବାକୁ ମିଳିଛି l ଦୋକାନ ବଜାର ବନ୍ଦ ଥିବା ସହିତ ଗାଡ଼ି ଚଳାଚଳ ବି ବନ୍ଦ ରହିଛି lAdvertisment ବ୍ୟାପକ ପୁଲିସ୍ ମୁତୟନ ଏଣେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାବେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି।
ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।କୋଇଲା ପରିବହନ ଯୋଗୁ ସୃଷ୍ଟି ହେଉଥିବା ଜନ ସମସ୍ୟାର ସମାଧାନ ଏବଂ ମିଥ୍ୟା ମାମଲାରେ ଛନ୍ଦି ହୋଇ ଜେଲ୍ ହାଜତରେ ଥିବା କୋସଳା ପଞ୍ଚାୟତର ୫ ଜଣ ଆନ୍ଦୋଳନକାରୀଙ୍କ ମାମଲା ପ୍ରତ୍ୟାହାର ପାଇଁ ଆଜି କଂଗ୍ରେସ ଦାବି କରିଛି।
ଦାବି ପୂରଣ ନହେଲେ ଆସନ୍ତା ୧୨ ତାରିଖ ଦିନ ଅନୁଗୋଳ ଜିଲ୍ଲା ବନ୍ଦ ଦେବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
Murder: ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା ଅନ୍ୟପକ୍ଷରେ, ପ୍ରତିଦିନ ସନ୍ଧ୍ୟା ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ କୋଇଲା ବୋଝେଇ ଟ୍ରକ୍ ଛେଣ୍ଡିପଦା, କୋଶଳା, ଜରାସିଂହା, ଅନୁଗୋଳ ସହର, ତୁରଙ୍ଗ, ବଅଁରପାଳ ଅଞ୍ଚଳ ଦେଇ ନାଲ୍କୋ ଓ ଅନ୍ୟାନ୍ୟ କମ୍ପାନିକୁ ଯାତାୟାତ କରୁଛି।
ଏହା ଫଳରେ ଅଞ୍ଚଳବାସୀ ଧୂଳି ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ସଡ଼କ ଦୁର୍ଘଟଣା, ଯାତାୟାତ ସମସ୍ୟା ଏବଂ ସ୍ୱାସ୍ଥ୍ୟଗତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୋଇଲା ପରିବହନ ଯୋଗୁ ସୃଷ୍ଟି ହେଉଥିବା ଜନସମସ୍ୟାର ତୁରନ୍ତ ସମୀକ୍ଷା କରି ଉପଯୁକ୍ତ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବାକୂ ଆଜି କଂଗ୍ରେସ ପକ୍ଷରୁ ଦାବି ହୋଇଛି।
ସମ୍ପୃକ୍ତ ବିଭାଗଙ୍କ ସହ ଆଲୋଚନା କରି ଧୂଳି ନିୟନ୍ତ୍ରଣ, ସଡ଼କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବା ନେଇ ଦାବିପତ୍ର ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
