Another Low-Pressure May Bring Heavy Rain: ପୁଣି ଆସୁଛି ଲଘୁଚାପ ! ଜୁଲାଇ ୧୨-୧୫ ମଧ୍ୟରେ ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା !
ଗୋଟିଏ ଲଘୁଚାପର ଦୁର୍ଦ୍ଦଶା ସରିନି, ଆସୁଛି ଆଉ ଗୋଟିଏ ଲଘୁଚାପ । ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁସାରେ ଜୁଲାଇ ୧୨ରୁ ୧୫ ମଧ୍ୟରେ ଓଡ଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଓଡ଼ିଶାରେ ବ୍ୟାପକ ବର୍ଷା କରାଇପାରେ।
ଜୁଲାଇ ୧୪ରେ ସର୍ବାଧିକ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ଓଡ଼ିଶାର ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକ ଅତିମାତ୍ରାରେ ପ୍ରଭାବିତ ହୋଇପାରନ୍ତି । ଯଦି ଲଘୁଚାପ ଶକ୍ତିଶାଳୀ ହୁଏ ତେବେ ଉପକୂଳ- ଉତ୍ତର ସମେତ ଦକ୍ଷିଣ ଓଡ଼ିଶାରେ ବି ଅତିପ୍ରବଳ ବର୍ଷା ହୋଇପାରେ । ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ ସତର୍କ କରାଯାଇନଥିଲେ ମଧ୍ୟ ବିଭିନ୍ନ ମଡେଲର ଆକଳନ ଏହିଭଳି ସକେତ ଦେଉଛି ।
- ପୁଣି ଆସୁଛି ଲଘୁଚାପ !
- ଜୁଲାଇ ୧୨-୧୫ ମଧ୍ୟର ଲଘୁଚାପ !
- ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା !
- ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ !
- ସଂକେତ ଦେଲା ବିଭିନ୍ନ ପାଣିପାଗ ମଡେଲ୍
- ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲଘୁଚାପ ସମ୍ଭାବନା
- ଓଡ଼ିଶାରେ ବ୍ୟାପକ ବର୍ଷା କରାଇପାରେ
- ଜୁଲାଇ ୧୪ରେ ବର୍ଷା ସର୍ବାଧିକ ବର୍ଷା ଆଶଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।