Angul Shooting: ସାମାନ୍ୟ ବଚସାରୁ ଗୁଳିମାଡ଼, ଅବସରପ୍ରାପ୍ତ ଯବାନଙ୍କ ଡବଲ ବ୍ୟାରେଲ୍‌ ବନ୍ଧୁକରେ ଯୁବକ ମୃତ

Oct 06, 2026 - 21:20
Angul Shooting:  ସାମାନ୍ୟ ବଚସାରୁ ଗୁଳିମାଡ଼,  ଅବସରପ୍ରାପ୍ତ ଯବାନଙ୍କ ଡବଲ ବ୍ୟାରେଲ୍‌ ବନ୍ଧୁକରେ ଯୁବକ ମୃତ

"ଅନୁଗୋଳ:  ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଗୁଳିମାଡ଼ରେ ଅନୁଗୋଳ ଜିଲ୍ଲା ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ(୩୭)ଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ବନ୍ଧୁକ ଛାଡ଼ି ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି।

Advertisment Shot Dead: ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ ଘଟଣାର ବିବରଣୀରୁ ଜଣାଯାଇଛି, ଆଜି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଅନୁଗୋଳ ବ୍ଲକ୍‌ ବନ୍ତଳା ଗାଁ ନିମ୍ବଛକ ନିକଟରେ ସୁଶାନ୍ତ ପ୍ରଧାନ ଓରଫ କାଳିଆଙ୍କ ସହ ବନ୍ତଳା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରକାଶ ସାହୁଙ୍କ ସହ କୌଣସି କାରଣକୁ ନେଇ ବିବାଦ ହୋଇଥିଲା।

ବିବାଦ ଉଗ୍ରରୂପ ଧାରଣ କରି ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରକାଶ କାଳିଆଙ୍କୁ ଲକ୍ଷ୍ୟ କରି ନିଜର ଲାଇସେନ୍‌ସ ବନ୍ଧୁକରୁ ଗୁଳି ଫୁଟାଇଥିଲେ।

ଗୁଳିଟି କାଳିଆଙ୍କ ଛାତିରେ ବାଜିଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Shot Dead: ଦୁୃର୍ବୃତ୍ତଙ୍କ ଗୁଳିମାଡ଼ରେ ମାଂସ ଦୋକାନୀ ମୃତ ଖବର ପାଇ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଳିଆଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏପଟେ ଗୁଳିକାଣ୍ଡ ପରେ ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ବନ୍ଧୁକକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ କରୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)