Andaman: ଆଣ୍ଡାମାନ୍‌ରୁ ନିଖୋଜ, ବରମୁଣ୍ଡାରୁ ଉଦ୍ଧାର: ଘରକୁ ଫେରିବାକୁ ଯୁବତୀ ଅମଙ୍ଗ

Nov 18, 2026 - 06:59
Andaman: ଆଣ୍ଡାମାନ୍‌ରୁ ନିଖୋଜ, ବରମୁଣ୍ଡାରୁ ଉଦ୍ଧାର: ଘରକୁ ଫେରିବାକୁ ଯୁବତୀ ଅମଙ୍ଗ

ଭୁବନେଶ୍ବର: ଆଜି ଭୋର୍ ପ୍ରାୟ ୪ଟାରେ ବରମୁଣ୍ଡା ବସଷ୍ଟାଣ୍ଡ୍ ନିକଟରେ ୨ରୁ ୩ଜଣ ଯୁବକ ଜଣେ ଯୁବତୀଙ୍କୁ ପ୍ରଥମେ ଅଟୋ ଓ ପରେ ଏକ ଟ୍ୟାକ୍ସିରେ ଜୋର୍ ଜବରଦସ୍ତ ସାଙ୍ଗରେ ନେଉଥିଲେ।

ସାଧାରଣ ଲୋକେ ଓ ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଲେ।

ପଚରାଉଚରାରୁ ଜଣାପଡ଼ିଲା, ଯୁବତୀ ଜଣକ ରାଗରେ ଘର ଛାଡ଼ି ପଳାଇ ଆସିଛନ୍ତି।

ପ୍ରାୟ ୭ରୁ ୮ଦିନ ଖୋଜାଖୋଜି କରିବା ପରେ ଯୁବତୀଙ୍କ ଭାଇ ଓ ସାଙ୍ଗମାନେ ମିଶି ତାଙ୍କୁ ଘରକୁ ନେଉଥିଲେ।

ମାତ୍ର ସେ ଯିବାକୁ ଅମଙ୍ଗ ଥିବାରୁ ଚିତ୍କାର କରି ତାଙ୍କୁ ଅପହରଣ କରାଯାଉଥିବା କହିଥିଲେ।

ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Advertisment Aparahna Delhi Utsav: ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହରେ ପାଳିତ ଅପହରଣ ଅଭିଯୋଗ କରିବାରୁ ଉତ୍ତେଜନା ଅପରପଟେ ଏନେଇ ଭରତପୁର ଥାନା ଅଧିକାରୀ କହିଛନ୍ତି, ନିଖୋଜ ଯୁବତୀଙ୍କ ଘର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ।

ସେ କିଛିଦିନ ପୂର୍ବେ ରାଗରେ ଘର ଛାଡ଼ି ପଳାଇ ଆସିଥିଲେ।

ପରେ ଫ୍ଲାଇଟ୍‌ରେ ଭୁବନେଶ୍ବର ଆସି ବୁଲାବୁଲି କରୁଥିଲେ।

ତାଙ୍କ ଘର ଲୋକେ ସେଠାରେ ଥିବା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଯୁବତୀଙ୍କ ଲୋକେସନ୍ ବାହାର କରି ଭୁବନେଶ୍ବରରେ ଥିବା ସୂଚନା ଦେଇଥିଲା।

ସେହି ସୂଚନା ଆଧାରରେ ଆଜି ଭୋର୍‌ରୁ ଯୁବତୀଙ୍କ ଭାଇ ବରମୁଣ୍ଡା ବସଷ୍ଟାଣ୍ଡ୍ ନିକଟରେ ତାଙ୍କୁ ଠାବ କରିଥିଲେ।

ଘରକୁ ନେବା ସମୟରେ ଯୁବତୀ ଯିବାକୁ ଅମଙ୍ଗ ହେବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।

ଖବର ପାଇ ବରମୁଣ୍ଡା ବସଷ୍ଟାଣ୍ଡ୍‌ର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଓ ତାଙ୍କ ଭାଇ ସହ ସାଙ୍ଗମାନଙ୍କୁ ଥାନାକୁ ଆଣିଥିଲା।

ପରେ ଯୁବତୀଙ୍କ ବାପା ଭିଡିଓ କଲ୍‌ରେ ତାଙ୍କୁ ବୁଝାଇବା ପରେ ସେ ଘରକୁ ଯିବାକୁ ରାଜି ହୋଇଥିଲେ।

ଭରତପୁର ଥାନା ପୁଲିସ ଥାନାରେ ଲେଖାପଢ଼ା କରି ସେମାନଙ୍କୁ ଛାଡ଼ିଛି।

Land dispute: ଅମାରିଙ୍ଗ ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ; ମାପଚୁପ ପରେ ଓଡ଼ିଶାର ଜମି ବୋଲି ସ୍ପଷ୍ଟ କଲେ ରାଜସ୍ୱ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)