Anahat Singh: ବିଶ୍ବ କନିଷ୍ଠ ସ୍କ୍ବାସ୍ ସେମିରେ ଆନାହତ
ଓନ୍ଟାରିଓ (କାନାଡା): ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍ରେ ବିଶ୍ବର ୨୦ ନମ୍ବର ଆନାହତ ୧୧-୭, ୧୧-୫, ୬-୧୧, ୧୧-୯ରେ ଇଜିପ୍ଟର ହବିବା ରିଜ୍କଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଗତ ଥରର କାଂସ୍ୟ ବିଜୟିନୀ ଆନାହତ ପ୍ରଥମ ଭାରତୀୟ ଭାବେ ଲଗାତାର ବିଶ୍ବ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେମିଫାଇନାଲ୍ରେ ସେ ଇଜିପ୍ଟର ବାର୍ବ ସାମେହଙ୍କୁ ଭେଟିବେ।
ଆହୁରି ପଢ଼ନ୍ତୁ: ମଣିପୁର ହିଂସା: ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରସ୍ତାବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।