Anahat Singh: ବିଶ୍ବ କନିଷ୍ଠ ସ୍କ୍ବାସ୍ କ୍ବାର୍ଟରରେ ଆନାହତ
ଓନ୍ଟାରିଓ (କାନାଡା): ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍ରେ ବିଶ୍ବର ୨୦ ନମ୍ବର ଆନାହତ ୧୧-୪, ୧୧-୮, ୧୧-୩ରେ ମାଲେସିଆର ଡୋୟସେ ୟେ ସାନ୍ ଲିଙ୍କୁ ପରାସ୍ତ କରିଥିଲେ। ଗତ ଥରର କାଂସ୍ୟ ବିଜୟିନୀ ଆନାହତ କ୍ବାର୍ଟରଫାଇନାଲ୍ରେ ଇଜିପ୍ଟର ହବିବା ରିଜ୍କଙ୍କୁ ଭେଟିବେ। ତେବେ ପୁରୁଷ ଏକକ ରାଉଣ୍ଡ ୧୬ରୁ ଏସୀୟ ୧୯ ବର୍ଷରୁ କମ୍ ବିଜେତା ଆର୍ଯ୍ୟବୀର ଦେୱାନ ୪-୧୧, ୧-୧୧, ୫-୧୧ରେ ଆମେରିକା ୟାସିନ ଶାଲାବେଙ୍କଠୁ ହାରି ଯାଇଥିଲେ।
ଆହୁରି ପଢ଼ନ୍ତୁ: ଲାଭରେ ଇତିହାସ ରଚିଲା ଗୁଗଲ୍: ୪୫୯ଟି ଶ୍ରେଷ୍ଠ କମ୍ପାନିର ମିଳିତ ଲାଭଠାରୁ ଅଧିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।