POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
"ଭଦ୍ରକ: ଏକ ନାବାଳିକା ଅପହରଣ ଓ ବଳତ୍କାର ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଓ ଫାଷ୍ଟ ଟ୍ରାକ କୋର୍ଟ ତଥା ପୋକସୋ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।Advertisment Minor Rape and Trafficking Case ନାବାଳିକାଙ୍କୁ ଦୁଷ୍କର୍ମ ଓ ମଥୁରା ଚାଲାଣ ମାମଲା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ବିଚାରପତି ମିନତୀ ପଣ୍ଡା ମାମଲାର ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ବିଚାର କରି ଆଜି ରାୟ ପ୍ରକାଶ କରିଛନ୍ତି।
ଅଭିଯୁକ୍ତ ବିଦେଇପୁର ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ମନୋଜ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଜୋରିମାନା ଅନାଦେୟରେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି।
ସେହିପରି ପୀଡିତାକୁ କ୍ଷତିପୂରଣ ବାବଦ ୫ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
POCSO judgment ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମକାରାଦଣ୍ଡ ମାମଲାର ବିବରଣୀ ଅନୁଯାୟୀ, ୨୦୨୧ ମଇ ମାସ ୨ ତାରିଖରେ ବିଦେଇପୁର ଗ୍ରାମର ଜନୈକା ନାବାଳିକା ନିଜ ଘରୁ ବାସୁଦେବପୁରକୁ ଯାଉଛି କହି ଯାଇ ଆଉ ଫେରି ନଥିଲା।
ନାବାଳିକାଙ୍କ ପରିବାର ଅନେକ ଖୋଜାଖୋଜି କରି ନିରାଶ ହେବା ପରେ ସେହି ମାସ ୬ ତାରିଖରେ କଶିଆ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଭିତ୍ତିରେ କଶିଆ ମେରାଇନ ପୁଲିସ ଆଇପିସି ଦଫା ୩୬୫ରେ ୫୯/ ୨୧ନଂ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଅନୁସନ୍ଧାନ ପରେ ବାଙ୍ଗାଲୋର ସହରରୁ ଅଭିଯୁକ୍ତ ପାଖରୁ ନାବାଳିକାକୁ ଉଦ୍ଧାର କରିବା ସହ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ନାବାଳିକାକୁ ତାର ପିତାମାତାଙ୍କୁ ଜିମାରେ ଦେଇଥିଲା।
ପରେ ଭାରତୀୟ ପିଙ୍ଗଳକୋର୍ଡର ଦଫା ୩୬୩, ୩୬୬, ୩୭୬ ଓ ନାବାଳିକା ଯୌନ ନିର୍ଯ୍ୟାତନା ନିରୋଧ ଆଇନର ଦଫା ୬ ଅନୁଯାୟୀ ଚାର୍ଜସିଟ ଦାଖଲ କରିଥିଲା।
ପୀଡ଼ିତା ଓ ଅଭିଯୋଗକାରୀଙ୍କ ତରଫରୁ ସ୍ପେଶାଲ ପବ୍ଲିକ ପ୍ରାସିକ୍ୟୁଟର ତୁଷାର ଜେନା ମାମଲା ପରିଚାଳନା କରୁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।