Announces Fast TrackCourts: ପ୍ରଶ୍ନପତ୍ର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଘୋଷଣା: କେନ୍ଦ୍ରକୁ କଂଗ୍ରେସର ସମାଲୋଚନା

Jul 23, 2026 - 15:06
Announces Fast TrackCourts: ପ୍ରଶ୍ନପତ୍ର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଘୋଷଣା: କେନ୍ଦ୍ରକୁ କଂଗ୍ରେସର ସମାଲୋଚନା

"ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହାକୁ "ଅତ୍ୟନ୍ତ ବିଳମ୍ବ, ଏବଂ ଭ୍ରମାତ୍ମକ" ବୋଲି କହିବା ସହ ବିଗତ ୧୨ ବର୍ଷ ଧରି ସରକାର ଏଭଳି ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କରିଆସୁଥିବା ଅଭିଯୋଗ କରିଛନ୍ତି।Advertisment ସୋନମଙ୍କ ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ଯୁବପିଢ଼ିଙ୍କ ଭବିଷ୍ୟତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କୁ ତୁରନ୍ତ ଓ କଠୋର ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ।

ଏହାର ଜବାବରେ ଜୟରାମ ରମେଶ କହିଛନ୍ତି ଯେ କେବଳ ଲୋକଦେଖାଣିଆ ନିଷ୍ପତ୍ତିରେ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ନାହିଁ।

ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଛାତ୍ରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ଏବଂ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ "ଏନଟିଏ" ଦ୍ୱାରା ପରିଚାଳିତ ପରୀକ୍ଷାରେ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା ନେଇ ସରକାର ସଂସଦୀୟ କମିଟି ଆଗରେ ମିଛ ତଥ୍ୟ ଦେଇଥିଲେ।

୨୦୨୪ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆ ବିରୋଧରେ ସିବିଆଇ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହେବାରୁ ସେ ଜାମିନ ପାଇଥିଲା।

ତେଣୁ ସରକାର ନିଜ ବିଫଳତାକୁ ଲୁଚାଇବା ପାଇଁ ଏବେ ଆଖିବୁଜା ନିଷ୍ପତ୍ତି ନେଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।