AM/NS India: ଏଏମ୍ଏନ୍ଏସ୍ ଇଣ୍ଡିଆର ନୂଆ ଇସ୍ପାତ ‘ଜାଗ୍ନେଲିସ୍ ପ୍ରୋଟେକ୍ଟ’
ଭୁବନେଶ୍ବର: ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ପକ୍ଷରୁ ନୂଆ ପେଟେଣ୍ଟଭୁକ୍ତ ଇସ୍ପାତ ଉତ୍ପାଦ ଜାଗ୍ନେଲିସ୍ ପ୍ରୋଟେକ୍ଟକୁ ଉନ୍ମୋଚନ କରାଯାଇଛି। ଅଟୋମୋବାଇଲ୍ ଶିଳ୍ପକୁ ନଜରରେ ରଖି ଏହି ପ୍ରିମିୟମ ଜିଙ୍କ-ଆଲୁମିନିୟମ-ମ୍ୟାଗ୍ନେସିୟମ ପ୍ରଲେପ ଥିବା ଇସ୍ପାତକୁ ବିକାଶ କରାଯାଇଛି।
ପ୍ରଥମ ଥର ପାଇଁ ଭାରତରେ ଏଭଳି ଇସ୍ପାତ ପ୍ରସ୍ତୁତ କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଇସ୍ପାତକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗାଡ଼ିର ୱିଣ୍ଡୋ, ମିରର, ୱାଇପର୍ ଓ ସିଟ୍ରେ ବ୍ୟବହାର କରାଯାଉଥିବା ମୋଟରରେ ବ୍ୟବହାର କରାଯିବ। ଗାଡ଼ିର ଚେଚିସ୍, ଡୋର୍ର ଭିତର ପାର୍ଶ୍ବ, ବନେଟ୍ ଭିତର ପ୍ୟାନେଲ୍ ଓ ଟେଲ୍ଗେଟ୍ ଭିତର ପ୍ୟାନେଲ୍ରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ।
ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ କାରଖାନା ବାଟ ଖୋଲିଲା: ଆର୍ସେଲର-ମିତ୍ତଲ ନିପନ ଷ୍ଟିଲ୍ ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ
ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ ତଥା ଉପସଭାପତି (ସେଲ୍ସ ଓ ମାର୍କେଟିଂ) ରଞ୍ଜନ ଧର କହିଛନ୍ତି ଯେ ଉଚ୍ଚ ଗୁଣାତ୍ମକ ଓ ପ୍ରଦର୍ଶନକାରୀ ଇସ୍ପାତ ସମାଧାନ ଜରିଆରେ ଦେଶର ଅଟୋମୋବାଇଲ୍ ନିର୍ମାଣ ଦକ୍ଷତା ବଢ଼ାଇବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଜାଗନେଲିସ୍ ପ୍ରୋଟେକ୍ଟ ପ୍ରତିଫଳିତ କରୁଛି। ଏହା ଜରିଆରେ ଅଟୋମୋବାଇଲ୍ କମ୍ପାନିଗୁଡ଼ିକ ବିଶ୍ବସ୍ତରୀୟ ମାନକ ପୂରଣ କରିପାରିବେ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଯୋଗଦାନ ଦେଇପାରିବେ।