Amit Shah Odisha visit : ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ୩ ଦିନ ଚାଲିବ ମାରାଥନ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧/୭ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ୩ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲମ୍ ବିମାନବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ଆସି ରାତି ୮ଟା ୪୦ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବେ ।
ଶନିବାର ବରଗଡ଼ ଓ ସମ୍ବଲପୁର ଯିବେ । ବରଗଡ଼ରେ ଦିନ ୧୧ଟା ୨୦ରେ ବାଉଁଶିଙ୍ଘାସ୍ଥିତ ବିପିସିଏଲ ୨-ଜି ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବେ । ପରେ ବରଗଡ଼ରେ ଆୟୋଜିତ ଜନସଭା ସ୍ଥଳରେ ଇଥାନଲ ପ୍ଲାଣ୍ଟ ଉଦ୍ଘାଟନ କରିବେ । ପରେ ସମ୍ବଲପୁର ଆସି ଅପରାହ୍ନରେ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବେ । ରେମେଡ୍ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । କାର୍ଯ୍ୟକ୍ରମ ସାରି ଝାରସୁଗୁଡ଼ାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଯିବେ । ଶନିବାର ରାତିରେ ରାଜଧାନୀରେ ରାତି ରହଣି କରିବେ । ୫ ତାରିଖ (ରବିବାର) ବଡ଼ମ୍ବା ଯିବେ । ଦିନ ୧୧ଟା ୨୫ ରେ ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ଉତ୍ସବରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିବେ । ସେଠାରୁ ଫେରି ଅପରାହ୍ନ ୩ଟାରେ ଭୁବନେଶ୍ୱର ସପ୍ତମ ବାଟାଲିୟନ ପରିସରକୁ ଆସିବେ । ଓଡ଼ିଶା ପୁଲିସର ପ୍ରେସିଡେଣ୍ଟସ୍ କଲର୍ସ ପ୍ରେଜେଣ୍ଟେସନ ଉତ୍ସବରେ ସାମିଲ ହେବେ । ସନ୍ଧ୍ୟା ୬ଟା ୨୦ମିନିଟରେ ଶ୍ରୀ ଶାହ ଦିଲ୍ଲୀ ଫେରିଯିବେ ବୋଲି ତାଙ୍କ ଗସ୍ତସୂଚୀରୁ ଜଣାପଡ଼ିଛି।
ଆହୁରି ପଢନ୍ତୁ- ଆଶା ଦେଲେ ଆଇଏମଡି ଡିଜି; ଜୁଲାଇରେ ଭଲ ବର୍ଷା, ଉପକୂଳ-ପଶ୍ଚିମରେ ପ୍ରବଳ ବର୍ଷିବ
ରାଜସ୍ଥାନ ନିର୍ଭୟାର ନର୍କ କାହାଣୀ ; ୩୦ ପିଶାଚଙ୍କର ଶିକାର