Amit Shah: ଇଣ୍ଡିମେଣ୍ଟ ଆନ୍ଦୋଳନର ଦିନକ ପରେ ଅମିତ ଶାହଙ୍କ ବୈଠକ

Nov 02, 2026 - 22:29
Amit Shah: ଇଣ୍ଡିମେଣ୍ଟ ଆନ୍ଦୋଳନର ଦିନକ ପରେ ଅମିତ ଶାହଙ୍କ ବୈଠକ

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟ ଅଧୀନରେ ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ର ଦୁଇ ଗୋଷ୍ଠୀକୁ ଏକାଠି କରିବା ପାଇଁ ଉଦ୍ୟମ ଜାରି ରହିଛି।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗତକାଲି ଇଣ୍ଡିମେଣ୍ଟ ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ଏନ୍‌ସିପି (ଏସ୍‌ପି) ନେତା ଶରଦ ପାୱାର ଯୋଗ ଦେଇଥିଲେ।

ଏହାର ଦିନକ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

Advertisment ଆହୁରି ପଢନ୍ତୁ : Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍‌ ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କ ଗୋଷ୍ଠୀର କେତେକ ନେତା ଆଜି ଦିଲ୍ଲୀରେ ଶାହଙ୍କୁ ଭେଟିଛନ୍ତି।

ଏହି ବୈଠକ ରେ ଅମିତ ଶାହ ଓ ବିଜେପିର ବରିଷ୍ଠ ନେତାମାନେ ଏନ୍‌ସିପିରେ ରହିଥିବା ଅନ୍ତଃକନ୍ଦଳର ସମାଧାନ କରିବାକୁ ଅଜିତ ପାୱାରଙ୍କ ଗୋଷ୍ଠୀର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏନ୍‌ଡିଏକୁ ଅଧିକ ସୁଦୃଢ଼ କରିବାକୁ ହେଲେ ପ୍ରଥମେ ଦଳ ଭିତରେ ଏକତା ବଜାୟ ରଖିବା ଆବଶ୍ୟକ ବୋଲି ସେମାନଙ୍କୁ କୁହାଯାଇଛି।

ଆହୁରି ପଢନ୍ତୁ : Rourkela Murder Case: ଝାଡ଼ଖଣ୍ଡ ଯୁବକଙ୍କୁ ପଥର ଛେଚି ହତ୍ୟା ମାମଲା, ୮ ବର୍ଷ ପରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଏହି ବୈଠକରେ ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ଏନ୍‌ସିପିର ଅଳ୍ପ କେତେଜଣ ନେତା ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଅଜିତ ପାୱାରଙ୍କ ଗୋଷ୍ଠୀର ଦୁଇ ନେତା ସୁନେତ୍ରା ପାୱାର ଓ ପାର୍ଥ ପାୱାର ଏହି ପ୍ରତିନିଧିଦଳରେ ସାମିଲ ହୋଇନଥିଲେ।

ବୈଠକରେ ପ୍ରଫୁଲ୍ଲ ପଟେଲ, ସୁନୀଲ ତତକରେ, ଧନଞ୍ଜୟ ମୁଣ୍ଡେ ଓ ଛଗନ ଭୁଜବଳ ଯୋଗ ଦେଇଥିଲେ।

ତେଣୁ ସୁନେତ୍ରା ଓ ତାଙ୍କ ପୁଅ ପାର୍ଥଙ୍କୁ ଅଣଦେଖା କରାଯାଇଥିବା ଚର୍ଚ୍ଚା ହେଉଛି।

ତେବେ ଏନ୍‌ସିପିର ଜାତୀୟ ମୁଖ୍ୟ ମୁଖପାତ୍ର ଉମେଶ ପାଟିଲ ଏହି ଦାବିକୁ ଖଣ୍ଡନ କରିଛନ୍ତି।

ଏଭଳି ଖବର ଭିତ୍ତିହୀନ ଓ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସୁନେତ୍ରା ପାୱାରଙ୍କ ବାସଭବନ ରେ ଆଜି ଏକ କୋର୍‌ ବୈଠକ ହୋଇଥିବା ଜଣାପଡ଼ିଛି।

ଏଥିରେ ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ପ୍ରସ୍ତାବକୁ ବିରୋଧ କରାଯାଇଛି।

ଶରଦ ପାୱାରଙ୍କ ଗୋଷ୍ଠୀର ନେତାମାନେ ମଧ୍ୟ ଏଭଳି ମିଶ୍ରଣର ସମ୍ଭାବନାକୁ ଖଣ୍ଡନ କରିଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)